ଗଜପତି(ମିହିର ଜତି): ସାଙ୍ଗଙ୍କ ସହ ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଶିଶୁ ପୁତ୍ର। ଶେଷରେ ୧୪ ଘଣ୍ଟାର ପରିଶ୍ରମ ପରେ କୂଅରୁ ମୃତଦେହ ବାହାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ। ଏପରି ଦୁଃଖଦ ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗାଁରେ ଘଟିଛି। ମୃତ ଶିଶୁ ପୁତ୍ର ହେଲା ଦିଲୀପ ପାତ୍ରଙ୍କ ୨ ବର୍ଷଏ ଶିଶୁ ପୁତ୍ର କୃଷ୍ଣା ପାତ୍ର ।
ଗତକାଲି ସନ୍ଧ୍ୟା ସମୟରେ କୃଷ୍ଣା ସାଙ୍ଗସାଥୀଙ୍କ ସହ ଖେଲୁଥିବା ବେକେ କୂଅରେ ପଡିଯାଇଥିଲା । ପରିବାର ଲୋକେ ଆର.ଉଦୟଗିରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଂଚି ବହୁ ଚେଷ୍ଟା କରି ୧୪ ଘଣ୍ଟା ପରେ କୂଅରୁ ମୃତ ଦେହ ଉଦ୍ଧାର କରିଥଲେ । । ପୋଲିସ ପହଂଚି ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଦିଲୀପ ପାତ୍ରଙ୍କ ଘର ଦିଗପହଣ୍ଡି ଗାଁ ହୋଇଥିବା ବେଳେ ସେ ଗତ କିଛି ଦିନ ପୂର୍ବରୁ ମହେନ୍ଦ୍ରଗଡ଼ ତାଙ୍କ ଭାଇ ଘରକୁ ବୁଲିବାକୁ ଆସିଥିଲେ ।
The post ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଶିଶୁ appeared first on Odisha Reporter.
from Odisha Reporter https://ift.tt/3gGCXZx
No comments:
Post a Comment