ଚିରନ୍ତନ ବିକାଶ ଲକ୍ଷ୍ୟ ରିପୋର୍ଟରେ ଆଗରେ ନେପାଳ ଓ ଭୁଟାନ, ପଛରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ଚିରନ୍ତନ ବିକାଶ ଲକ୍ଷ୍ୟ ରିପୋର୍ଟରେ ଆଗରେ ନେପାଳ ଓ ଭୁଟାନ, ପଛରେ ଭାରତ

ନୂଆଦିଲ୍ଲୀ: ସସ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସଡିଜି) ବା ଚିରନ୍ତନ ବିକାଶ ଲକ୍ଷ୍ୟରେ ଭାରତର ପ୍ରଦର୍ଶନ ତଳକୁ ଖସିଛି। ମିଳିତ ଜାତିସଂଘ ଦ୍ୱାରା ପ୍ରଣୀତ ୧୭ଟି ଚିରନ୍ତନ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ୨୦୩୦ ସୁଦ୍ଧା ହାସଲ ପାଇଁ ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି। ଭାରତ ଚଳିତଥର ୧୧୭ ନମ୍ୱର ସ୍ଥାନକୁ ଖସିଛି। ପୂର୍ବରୁ ଭାରତ ଦୁଇଟି ସ୍ଥାନ ଉପରେ ଥିଲା। ୨୦୧୫ରେ ଜାତିସଂଘ ଏହି ଏସଡିଜି ଗଠନ କରିଥିଲା।

୨୦୨୧ରେ ଭାରତର ପରିବେଶ ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ବର୍ଷ ଭାରତର ମାନ୍ୟତା ୧୧୫ତମ ସ୍ଥାନରେ ଥିଲା ଯାହା ବର୍ତ୍ତମାନ ୧୧୭ ତମ ସ୍ଥାନକୁ ଖସିଛି। ମୁଖ୍ୟତଃ ଖାଦ୍ୟ ନିରାପତ୍ତା, ଲିଙ୍ଗଗତ ସମାନତା ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ, ନିରନ୍ତର ଭାବରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଏବଂ ନୂତନତ୍ୱ ବୃଦ୍ଧି ଭଳି ପ୍ରମୁଖ ଆହ୍ୱାନକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୁଏ। ଏବେ ଏହି ସବୁରେ ଭାରତର ପ୍ରଦର୍ଶନ ପୂର୍ବ ବର୍ଷ ଅପେକ୍ଷା କମ୍ ରହିଛି। ତେବେ ଦକ୍ଷିଣ ଏସିଆର ଅନ୍ୟ ଚାରି ଦେଶ ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ପଛରେ ଭାରତ ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ମୋଟ୍ ୧୦୦ରୁ ଭାରତର ସାମଗ୍ରିକ ଏସଡିଜି ସ୍କୋର ୬୧.୯ ରହିଛି।

ଭାରତ କରୋନା ସହ ଲଢ଼େଇ କରୁଛି। ବିଗତ ୧୫ ମାସରୁ ଅଧିକ ଦିନ ହେବ କରୋନା ପାଇଁ ବିଭିନ୍ନ ନିୟମ ପାଳନ କରାଯାଉଥିବାରୁ ବିକାଶ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତର ପ୍ରଦର୍ଶନ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

ଯଦି ରାଜ୍ୟକୁ ଗୁଡ଼ିକୁ ଦେଖିବା ତାହେଲେ ଏହି ରିପୋର୍ଟରେ କୁହାଯାଇଛି ୨୦୩୦ ସୁଦ୍ଧା ବିହାର, ଝାଡଖଣ୍ଡ ଏହି ଏସଡିଜିରେ ଲକ୍ଷ୍ୟ ପୂରଣ କରିପାରିବେନି। ହେଲେ କେରଳ, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ ଏହି ଲକ୍ଷ୍ୟରେ ପହଞ୍ଚିପାରିବେ ବୋଲି କୁହାଯାଉଛି।

୨୦୧୫ରେ ଜାତିସଂଘ ଏସଡିଜି ଲକ୍ଷ୍ୟ ସ୍ଥିର କରିଥିଲା। ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶକୁ ପୂରଣ କରିବାକୁ ଜାତିସଂଘର ସମସ୍ତ ସଦସ୍ୟ ନଷ୍ପିତ୍ତି ନେଇଛନ୍ତି। ଏହି ଲକ୍ଷ୍ୟ ପୃଥିବୀରେ ଭବିଷ୍ୟତର ଶାନ୍ତି ଏବଂ ସମୃଦ୍ଧତା ପାଇଁ ଏକ ସାଧାରଣ ଯୋଜନା ପ୍ରସ୍ତୁତ କରିଥାଏ। ଏହା ଅଧୀନରେ ୧୭ଟି ଲକ୍ଷ୍ୟ ସ୍ଥିର କରାଯାଇଛି, ଯାହା ସହଭାଗିତାରେ ସମସ୍ତ ଦେଶ (ବିକଶିତ ଏବଂ ବିକାଶଶୀଳ) ତୁରନ୍ତ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

The post ଚିରନ୍ତନ ବିକାଶ ଲକ୍ଷ୍ୟ ରିପୋର୍ଟରେ ଆଗରେ ନେପାଳ ଓ ଭୁଟାନ, ପଛରେ ଭାରତ appeared first on Odisha Reporter.



from Odisha Reporter https://ift.tt/3ilHGRN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages