ରାଜ୍ୟରେ ସଂକ୍ରମଣରେ ଲାଗୁଛି ବ୍ରେକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ରାଜ୍ୟରେ ସଂକ୍ରମଣରେ ଲାଗୁଛି ବ୍ରେକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡକୁ ନେଇ ଆଶ୍ୱସ୍ଥିକର ଖବର। ରାଜ୍ୟରେ କମୁଛି ସଂକ୍ରମଣ ହାର। ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି। ସେତେବେଳେ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ୱ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡ଼ୁଛି ଆମ ସଂକ୍ରମଣ କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି। ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ ୮ ଦିନ ଲାଗିବ।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୮୧ ରହିଛି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୯୯୪ରେ ପହଞ୍ଚିଛି।

The post ରାଜ୍ୟରେ ସଂକ୍ରମଣରେ ଲାଗୁଛି ବ୍ରେକ୍‌ appeared first on Odisha Reporter.



from Odisha Reporter https://ift.tt/3iqbkFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages