ବିଜେପିକୁ ପୁରୁଣା କଥା ମନେପକାଇ ଦେଲେ ଚିରାଗ ପାଶ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ବିଜେପିକୁ ପୁରୁଣା କଥା ମନେପକାଇ ଦେଲେ ଚିରାଗ ପାଶ୍ୱାନ

ପାଟନା: ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ କହୁଥିବା ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ ଏବେ ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଜେଡିୟୁ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ଚିରାଗ ବିଜେପିକୁ ପୁରୁଣା କଥା ମନେ ପକାଇ ଦେଇଛନ୍ତି।

ଏଥିସହ ନୀତୀଶ କୁମାର ଦଳିତ ବିରୋଧୀ ମାନସିକତା ରଖିଥିବା ଜଣେ ବ୍ୟକ୍ତି ଓ ଦଳ ମଧ୍ୟରେ ଦଳିତମାନଙ୍କୁ ଠିକ୍‌ ଭାବେ ବ୍ୟବହାର କରୁ ନଥିବା ମଧ୍ୟ କହିଛନ୍ତି। ଏହାବାଦ ବିଜେପିର ବରିଷ୍ଠ ନେତାଙ୍କ ଅଜାଣତରେ ତାଙ୍କ ବିରୋଧରେ ବିଦ୍ରୋହ ହୋଇଥିବା କଥାକୁ ମଧ୍ୟ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଆମେ ତାଙ୍କ(ବିଜେପି) ସହ ପୂର୍ବରୁ ରହି ଆସିଥିଲୁ ବୋଲି କେହି ଭୁଲିବା ଉଚିତ ନୁହେଁ। ଯେତେବେଳେ ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରାଗଲା ସେତେବେଳେ ପୁରୁଣା ବନ୍ଧୁ ନୀତୀଶ କୁମାର ବିଜେପିରୁ ଅଲଗା ହୋଇଯାଇଥିଲେ। ଏହି ସମୟରେ ପାଶ୍ୱନ ଭୋଟର ହିଁ ସବୁ କିଛି ଅଦଳବଦଳ କରିଥିଲେ। ଏବେ ବି ୬% ଦଳିତ ଭୋଟ ଆମ ସହ ଅଛି। ଏକଥାକୁ ସମସ୍ତେ ମନେ ରଖିବାକୁ ଉଚିତ ବୋଲି ଚିରାଗ କହିଛନ୍ତି।

ନୀତୀଶ କୁମାର ହିଁ ଏଲଜେପିକୁ ଭାଙ୍ଗି ଭୋଟ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଚିରାଗ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣ ଯଦି ତାଙ୍କ ରାଜନୀତିକ ଯାତ୍ରାକୁ ଦେଖିବେ, ତା’ହେଲେ ୨୦୦୫ ମସିହା ଫେବୃଆରୀରୁ ସେ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆମ ଟିକେଟରେ ସେତେବେଳେ ୨୭ ଜଣ ନିର୍ବାଚିତ ହୋଇଥିଲେ।

ସବୁବେଳେ ପାଶ୍ୱାନ ଓ ଜାତଭମାନଙ୍କୁ ଏକଘରକିଆ କରିବା ହିଁ ତାଙ୍କର ମାନସିକତା। ସେ ତାଙ୍କ ଦଳ ମଧ୍ୟରେ ବି ଦଳିତ ମାନଙ୍କୁ ଠିକ ବ୍ୟବହାର କରୁନାହାନ୍ତି। ସେ ନିଜ ଇଚ୍ଛା ଅନୁସାରେ ଜୀତନ ରାମ ମାଞ୍ଝୀଙ୍କୁ କ୍ଷମତାରୁ ବିତାଡ଼ିତ କରିଥିଲେ। ମୁଁ ନିଶ୍ଚିତ ଭାବେ ତାଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିବି। ବିହାରରେ ରୋଡ ଶୋ’ ବେଳେ ଦଳିତମାନଙ୍କୁ ସବୁ କଥା କହିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାମାସରେ ଚିରାଗ ପାଶ୍ୱାନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବିହାରରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

The post ବିଜେପିକୁ ପୁରୁଣା କଥା ମନେପକାଇ ଦେଲେ ଚିରାଗ ପାଶ୍ୱାନ appeared first on Odisha Reporter.



from Odisha Reporter https://ift.tt/2SRS7SN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages