କାଲି ଠାରୁ ରାତି ୧୦ଟା ଯାଏ ଖୋଲିବ ବାର୍ ଓ ରେଷ୍ଟୁରାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

କାଲି ଠାରୁ ରାତି ୧୦ଟା ଯାଏ ଖୋଲିବ ବାର୍ ଓ ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଦମ୍ ହରାଇବା ପରେ ଏବେ ଲଗାତର ଅନଲକ୍ ଆଡ଼କୁ ମୁହାଁଉଛି। ରବିବାର ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଡିଡିଏମଏ) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଡିଡିଏମଏ ଦିଲ୍ଲୀରେ ସୋମବାରଠାରୁ ସାର୍ବଜନିକ ପାର୍କ, ଗାର୍ଡେନ, ଗଲ୍ଫ କ୍ଲବ୍, ବାର୍ ଓ ବାହ୍ୟ ଯୋଗ ଗତିବିଧି ଖୋଲିବାକୁ ଅନୁମତି ଦେଇଛି। ତେବେ ଏହିସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଇବାର ଦାୟିତ୍ୱ ଜିଲ୍ଲା ଅଧିକାରୀଙ୍କ ପାଖରେ ରହିବ ବୋଲି ଡିଡିଏମଏ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ ଦିଲ୍ଲୀରେ ଗୋଟିଏ ଜୋନରେ ଗୋଟିଏ ଦିନରେ ଗୋଟିଏ ସପ୍ତାହାନ୍ତ ମାର୍କେଟ୍ ଲଗାଯିବ। ତେବେ ବାକି ଅଞ୍ଚଳରେ ସକାଳ ୧୦ଟାରୁ ରାତି ୮ଟ ପର୍ଯ୍ୟନ୍ତ ଦୋକାନ ଖୋଲିବ। ଏହାବ୍ୟତୀତ ବଜାର ଓ ମଲ୍ ଗୁଡ଼ିକରେ ମଧ୍ୟ ଦୋକାନ ଖୋଲିବାର ସମୟ ସକାଳ ୧୦ଟାରୁ ରାତି ୮ଟା ଯାଏ ରଖାଯାଇଛ। ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟରେ ପୂର୍ବଭଳି ୫୦ ପ୍ରତିଶତ କ୍ଷମତା ସହ ସକାଳ ୮ଟାରୁ ରାତି ୧୦ ଯାଏ ଖୋଲିବ। ଏହାଛଡ଼ା ୫୦ ପ୍ରତିଶତ କ୍ଷମତା ସହ ବାର୍ ମଧ୍ୟ ଖୋଲାଯାଇ ପାରିବ।

ସୂଚନାଯୋଗ୍ୟ, ବାର୍ ଖୋଲିବାର ସମୟ ନିର୍ଦ୍ଧାରିତ କରାଯାଇଛି। ଦ୍ୱିପହର ୧୨ଟାରୁ ରାତି ୧୦ ଯାଏ ବାର୍ ଖୋଲିବ। ରେଷ୍ଟୁରାଣ୍ଟ ଓ ବାର୍ ମାଲିକମାନଙ୍କୁ କୋଭିଡ୍ ସୁରକ୍ଷା ସମ୍ବନ୍ଧିତ ଉପାୟ ଓ ସମସ୍ତ ଅଫିସିଆଲ୍ ଗାଇଡଲାଇନ୍ ଏବଂ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ।

ଅନ୍ୟପକ୍ଷ୍ୟରେ ମେଟ୍ରୋ ୫୦ ପ୍ରତିଶତ କ୍ଷମତା ସହ ଚାଲିବ। ଏହାସହ ବସ୍, ଅଟୋ, ରିକ୍ସା, କ୍ୟାବ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟରେ ମଧ୍ୟ ସାମାଜିକ ଦୂରତା ସହ କମ୍ ଯାତ୍ରୀଙ୍କୁ ବସିବାର ସୁବିଧା ରହିବ। ଦିଲ୍ଲୀରେ ପବ୍ଲିକ୍ ପ୍ୟାଲେସ, ବଙ୍କେଟ୍ ହଲ୍ କିମ୍ବା ମ୍ୟାରେଜ୍ ଗାର୍ଡରେ ବିବାହ ଉପରେ କଟକଣା ବଳବତ୍ତର ରହିବ। ହେଲେ କୋର୍ଟ ବିବାହ କିମ୍ବା ଘରେ ବିବାହ ସମାରୋହ ହୋଇପାରିବ। ତେବେ ଏଥିରେ ମାତ୍ର ୨୦ ଅତିଥିଙ୍କୁ ସାମିଲ୍ ହେବାକୁ ଅନୁମତି ମିଳିବ। ଏହାବ୍ୟତୀତ ଅନ୍ତିମ ସଂସ୍କାରରେ ମଧ୍ୟ ୨୦ ଜଣଙ୍କୁ ଅମୁନତି ମିଳିବ। ଏସବୁ ଭିତରେ କୋଭିଡ୍ ପ୍ରୋଟୋକଲ ପାଳନ ନିହାତି ଜରୁରୀ।

ଦିଲ୍ଲୀରେ ପୂର୍ବଭଳି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କୌଣସି ପ୍ରକାରର ସାମାଜିକ, ରାଜନୀତିକ ଓ ଧାର୍ମିକ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ। ଏହାବ୍ୟତୀତ ସୁଇମିଂ ପୁଲ୍, ଷ୍ଟାଡିୟମ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ବଙ୍କେଟ୍ ହଲ୍ ଓ ଅଡିଟୋରିୟମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଏତିକି ନୁହେଁ ଦିଲ୍ଲୀରେ ସ୍ପା ଓ ଜିମ୍ ସହ ସିନେମା ହଲ୍, ଥିଏଟର ଓ ମନୋରଞ୍ଜନ ପାର୍କ ପୂରାପୂରି ବନ୍ଦ ରହିବ। ଏସବୁ କିଛି ଜୁନ୍ ୨୮ ତାରିଖ ଯାଏ ବନ୍ଦ ରହିବ।

The post କାଲି ଠାରୁ ରାତି ୧୦ଟା ଯାଏ ଖୋଲିବ ବାର୍ ଓ ରେଷ୍ଟୁରାଣ୍ଟ appeared first on Odisha Reporter.



from Odisha Reporter https://ift.tt/3vHdymZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages