ଇକମୋ ଟ୍ରିଟ୍‌ମେଣ୍ଟରେ ଏବେ କେମିତି ଅଛନ୍ତି ଅମ୍ରିତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଇକମୋ ଟ୍ରିଟ୍‌ମେଣ୍ଟରେ ଏବେ କେମିତି ଅଛନ୍ତି ଅମ୍ରିତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିୟନ୍ତ୍ରଣକୁ ଆସିଲାଣି ଅମ୍ରିତଙ୍କ ସଂକ୍ରମଣ । ତାଙ୍କ ଅମ୍ଲଜାନ ସ୍ତର ୮୫ରୁ ୯୦ ଭିତରେ ରହୁଛି । ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତାରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ପ୍ରଧାନଙ୍କ ବାବଦରେ ଏହି ତଥ୍ୟ ମିଳିଛି।  ତେବେ ତାଙ୍କର ଫୁସଫୁସ୍ ସିଟିସ୍କାନ ପରେ ଅତ୍ୟଧିକ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।  ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ ସହାୟତା ଆବଶ୍ୟକ ପଡ଼ୁଛି।  ଅମ୍ରିତଙ୍କୁ ଖାଦ୍ୟ ଆକାରରେ କଷ୍ଟାର୍ଡ ଦେବାକୁ ଉଦ୍ୟମ କରାଯାଉଛି।  ଯଦି ଏହା ସଫଳ ହୁଏ ତେବେ ତାଙ୍କୁ ଖାଦ୍ୟ ଦେବା ପାଇଁ ଲାଗିଥିବା ଫୁଡ୍ ଟ୍ୟୁବ ହଟାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।  ଗତ ୪ ତାରିଖରେ ଭୁବନେଶ୍ୱର ଏମ୍ସରୁ ଅମ୍ରିତ ପ୍ରଧାନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲକୁ ଇକମୋ ଚିକିତ୍ସା ପାଇଁ ନିଆଯାଇଥିଲା।  ଅମ୍ରିତଙ୍କ ଘର ବ୍ରହ୍ମପୁରର ବାସୁଦେବ ନଗରରେ।

ଗତ ଏପ୍ରିଲ ମାସରେ ଅମ୍ରିତଙ୍କ ବାପାମା’ କରୋନାରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ‌ଅମ୍ରିତ ସେମାନଙ୍କ ଯତ୍ନ ନେଉଥିବା ବେଳେ କରୋନାରେ ସଂକ୍ରମିତ ହୋଇ ଯାଇଥିଲେ। ସେ ବ୍ରହ୍ମପୁର ସ୍ଥିତ ନିଜ ଘରେ ରହି ଚିକିତ୍ସିତ ‌ହେଉଥିଲେ। ତେବେ କରୋନାରୁ ତାଙ୍କ ବାପାମା’ ସୁସ୍ଥ ହୋଇଯାଇଥିଲେ।  ହେଲେ ସେ ନିଜେ ଗୁରୁତର ହେବାରୁ ମେ’ ୨ ତାରିଖରେ ତାଙ୍କୁଏମ୍‌ସରେ ଅଣାଯାଇଥିଲା ଏବଂ ମେ’ ୧୨ ପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖା ଯାଇଥିଲା।

ପରୀକ୍ଷାରୁ ତାଙ୍କ ଫୁସଫୁସ୍‌ ବହୁ ପରିମାଣରେ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। କ୍ରମେ ସେ ସେପ୍ଟିସେମିଆରେ ପୀଡ଼ିତ ଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ତାଙ୍କୁ ଆଇସିୟୁ ସହ ଇକ୍‌ମୋ ମେସିନ୍ ଦ୍ୱାରା ଚିକିତ୍ସା କରିବା ଦରକାର ବୋଲି ଡାକ୍ତରମାନେ କହିଥିଲେ। ଏହା ଜାଣିବା ପରେ ଭଉଣୀ ମନୀଷା ଚେନ୍ନାଇ ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଏଭଳି ବିରଳ ଚିକିତ୍ସା ଲାଗି କୋଟିଏ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଜାଣିବା ପରେ ବି ସେ ଆଶା ଛାଡ଼ି ନଥିଲେ। ମୋବାଇଲ୍‌ ଫୋନ୍‌ରେ ସେ ନିଜର ଓ ଅମ୍ରିତଙ୍କ ସାଙ୍ଗମାନଙ୍କୁ ଯୋଡ଼ି ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ। କ୍ରାଉଡ ଫଣ୍ଡିଂରେ ପ୍ରାୟ ୮୦ ଲକ୍ଷ ଟଙ୍କା ଅରସିଥିଲା। ଅର୍ଥ ଯୋଗାଡ଼ ହୋଇଯିବା ପରେ ଅମ୍ରିତଙ୍କୁ ଚେନ୍ନାକୁ ଏୟାର ଲିଫ୍ଟି କରାଯାଇଥିଲା।

The post ଇକମୋ ଟ୍ରିଟ୍‌ମେଣ୍ଟରେ ଏବେ କେମିତି ଅଛନ୍ତି ଅମ୍ରିତ ? appeared first on Odisha Reporter.



from Odisha Reporter https://ift.tt/3zHPfs2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages