୬ଷ୍ଠ ବିବାହ କରିବାକୁ ଯାଉଥିଲେ ଆତ୍ମଘୋଷିତ ବାବା, ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 19, 2021

୬ଷ୍ଠ ବିବାହ କରିବାକୁ ଯାଉଥିଲେ ଆତ୍ମଘୋଷିତ ବାବା, ଧରିଲା ପୁଲିସ

କାପୁର: ପୁଣି ଜଣେ ଆତ୍ମଘୋଷିତ ବାବାଙ୍କ କଳାକାରନାମାର ପର୍ଦ୍ଦାଫାସ ହୋଇଛି। ପୂର୍ବରୁ ୫ଥର ବିବାହ କରିଥିବା ଜଣେ ଆତ୍ମଘୋଷିତ ବାବା ୬ଷ୍ଠ ବିବାହ କରିବାକୁ ଯାଉଥିବା ବେଳେ ପୁଲିସ୍‌ ପଞ୍ଝାରେ ପଡ଼ିଛନ୍ତି। କାନପୁରରୁ ପୁଲିସ୍‌ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ୫ ଜଣ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ନ ହୋଇ ମଧ୍ୟ ସେ ୬ଷ୍ଠ ବିବାହ କରିବାକୁ ଯାଉଥିଲେ।

ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶାହାଜାହନପୁରର ଅନୁଜ ଚେତନ କଥେରିଆ। ସେ ୬ଷ୍ଠ ବିବାହ ପାଇଁ ଯୋଜନା କରୁଥିବା ବେଳେ ତାଙ୍କୁ କିଡୱାଇ ନଗର ପୁଲିସ୍‌ ଗିରଫ କରିଛି। ଅନୁଜ ଜଣେ ଆତ୍ମଘୋଷିତ ବାବା। ତାଙ୍କର ଜଣେ ପତ୍ନୀଙ୍କ ଅଭିଯୋଗକ୍ରମେ ପୁଲିସ ଏପରି ଗିରଫଦାରୀ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅନୁଜ ପ୍ରଥମଥର ପାଇଁ ୨୦୦୫ରେ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ମଣିପୁରୀ ଜିଲ୍ଲାରେ ରହୁଥିଲେ। ସେମାନଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ପଡ଼ି ରହିଛି। ଏହା ସତ୍ତ୍ୱେ ସେ ୨୦୧୦ରେ ବରେଲୀରେ ଦ୍ୱିତୀୟ ବିବାହ କରିଥିଲେ। ଅନୁଜଙ୍କ ଦ୍ୱିତୀୟ ପତ୍ନୀ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି।

୪ ବର୍ଷ ପରେ ସେ ଅଉରାଇୟା ଜିଲ୍ଲାର ଜଣେ ମହିଳାଙ୍କୁ ତୃତୀୟ ବିବାହ କରିଥିଲେ। ଏହାପରେ ସେ ତୃତୀୟ ପତ୍ନୀଙ୍କ ଜଣେ ସମ୍ପର୍କୀୟ ମହିଳାଙ୍କୁ ମଧ୍ୟ ବାହା ହୋଇଥିଲେ। ତେବେ ତୃତୀୟ ପତ୍ନୀଙ୍କ ସମ୍ପର୍କୀୟ ମହିଳା ଜଣଙ୍କ ଅନୁଜ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଆତ୍ମହତ୍ୟା କରିଥିଲେ। ଏହି ବିବାହର ତାଲିକା ଅନୁଜ ଏହି ଠାରେ ବନ୍ଦ କରି ନଥିଲେ।

୨୦୧୯ରେ ସେ ୫ମ ବିବାହ କରିଥିଲେ। ଅନୁଜ ପୂର୍ବରୁ ୪ ଜଣଙ୍କୁ ବିବାହ କରିଥିଲେ ବୋଲି ତାଙ୍କ ୫ମ ପତ୍ନୀଙ୍କୁ କହି ନଥିଲେ। ବିବାହର କିଛି ଦିନ ସବୁ କିଛି ଠିକ ଠାକ ଚାଲିଥିଲା। କିନ୍ତୁ ହଠାତ୍‌ ଅନୁଜ ବଦଳି ଯାଇଥିଲେ। ସେ ତାଙ୍କ ୫ମ ପତ୍ନୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ଏଥିପାଇଁ ମହିଳା ଜଣଙ୍କ ତାଙ୍କ ନାଁରେ କେସ୍‌ ମଧ୍ୟ କରିଛନ୍ତି।

ତାଙ୍କ ନାଁରେ ଗତବର୍ଷ ଛକେରୀ ପୁଲିସ୍‌ ଷ୍ଟେସନରେ ମାମଲା ହେବାରୁ ସେ କିଡୱାଇ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ରହିବା ଆରମ୍ଭ କରିଥିଲେ। ଏଠାରେ ରହିବା ବେଳେ ସେ ନିଜ ପ୍ରେମ ଜାଲରେ ଜଣେ ମହିଳାଙ୍କୁ ଫସାଇ ତାଙ୍କୁ ୬ଷ୍ଠ ଥର ପାଇଁ ବିବାହ କରିବାକୁ ଯାଉଥିଲେ। ହେଲେ ୫ମ ପତ୍ନୀଙ୍କ ଅଭିଯୋଗକ୍ରମେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ପ୍ରଥମଥର ପୁଲିସ୍‌ ଅନୁଜଙ୍କୁ ଗିରଫ କରିନାହିଁ। ୨୦୧୬ରେ ସେ ତାଙ୍କ ଭାଇଙ୍କ ପତ୍ନୀଙ୍କୁ ଶାହାଜାହନପୁରରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ ବିବାହ ପାଇଁ ଥିବା ୱେବସାଇଟ୍‌ରେ ଅନୁଜ ନିଜକୁ ଲକି ପାଣ୍ଡେ ଭାବେ ପଞ୍ଜିକୃତ କରି ମହିଳାଙ୍କ ପାଖରେ ପହଞ୍ଚୁଥିଲେ।

ସେ ନିଜକୁ କେତେବେଳେ ସରକାରୀ ସ୍କୁଲର ଶିକ୍ଷକ ତ ଆଉ କେତେବେଳେ ବ୍ୟବସାୟୀ, ତାନ୍ତ୍ରିକ ଓ ବାବା ଭାବେ ପରିଚୟ ଦେଉଥିଲେ। ମହିଳାମାନଙ୍କୁ ସେ ୱେବସାଇଟ୍‌ ଜରିଆରେ ନିଜକୁ ବିଏସ୍‌ସି ଗ୍ରାଜ୍ୟୁଏଟ ବୋଲି ମଧ୍ୟ କହୁଥିଲେ।

ୱେବସାଇଟ୍‌ରୁ ମହିଳାଙ୍କ ଫୋନ ନମ୍ବର ଆଣି ସେ ସେମାନଙ୍କୁ ନିକଟରେ ଥିବା ଗୋଟିଏ ଆଶ୍ରମକୁ ଡାକୁଥିଲେ। ଏଠାରେ ସେ ତନ୍ତ୍ରମନ୍ତ୍ର କରିଥାଆନ୍ତି। ମହିଳାମାନେ ନିଜର ସମସ୍ୟା ଦୂର କରିବା ପାଇଁ ଆଶ୍ରମ ଆସୁଥିବା ବେଳେ ଅନୁଜ ସେମାନଙ୍କୁ ନିଜ ଜାଲରେ ଫସାଇ ଥାଏ।

ଶୁକ୍ରବାର ସେ ଗିରଫ ହେବା ବେଳକୁ ବିବାହ ୱେବସାଇଟ ଜରିଆରେ ସେ ୩୨ ଜଣ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି। ବିଭିନ୍ନ ଦଫାରେ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

The post ୬ଷ୍ଠ ବିବାହ କରିବାକୁ ଯାଉଥିଲେ ଆତ୍ମଘୋଷିତ ବାବା, ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/3wJJet2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages