ମାସ୍କ ଓ ସାମାଜିକ ଦୂରତା ପିଲାଙ୍କ ପାଇଁ ହୋଇପାରେ ଘାତକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 19, 2021

ମାସ୍କ ଓ ସାମାଜିକ ଦୂରତା ପିଲାଙ୍କ ପାଇଁ ହୋଇପାରେ ଘାତକ!

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ମାସ୍କ ଓ ସାମାଜିକ ଦୂରତା ଅନେକଙ୍କ ଲୋକଙ୍କ ବଞ୍ଚାଇ ଥାଇପାରେ। କିନ୍ତୁ ମାସ୍କ ଓ ସାମାଜିକ ଦୂରତା ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଦେଉଥିବା ଇଂଲଣ୍ଡର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସେମାନଙ୍କ ମତରେ ଗଲା ୧୫ ମାସ ହେଲାଣି ଛୋଟ ପିଲାମାନେ କୌଣସି ଭାଇରାଲ ଭୂତାଣୁ ସହ ଲଢ଼େଇ କରିନାହାନ୍ତି। ଏହି ଭାଇରାଲ ଭୂତାଣୁ ସିଜନାଲ ଫ୍ଲୁ ସୃଷ୍ଟି କରିଥାଏ। ତେଣୁ ସେମାନଙ୍କ ଶରୀରରେ କୌଣସି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରୁ ନାହିଁ। ଏହା ମହାମାରୀର ଦିନ ବିତିଲା ପରେ ସେମାନଙ୍କ ପାଇଁ ଘାତକ ହୋଇପାରେ।

ଭାଇରୋଲଜିଷ୍ଟମାନେ ଫୁସଫୁସକୁ ସଂକ୍ରମଣ କରୁଥିବା Respiratory Syncytial Virusକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏପରି କି ଏହା ବେଳେବେଳେ ମୃତ୍ୟୁର କାରଣ ମଧ୍ୟ ସାଜିଥାଏ। ବର୍ଷକରୁ କମ ବୟସ୍କଙ୍କ ପିଲାମାନେ ଏହି Respiratory Syncytial Virusରେ ପୀଡ଼ିତ ହୋଇଥାଆନ୍ତି। ଏମାନଙ୍କ ପାଇଁ କୌଣସି ଟିକା ନଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

ସେମାନେ କହିଛନ୍ତି, କୋଭିଡ ଆସିବା ପୂର୍ବରୁ ଅନ୍ୟ ଋତୁଭିତ୍ତିକ ଭୂତାଣୁ ତୁଳନାରେ ଆରଏସ୍‌ଭି ଦ୍ୱାରା ପୀଡ଼ିତ ହୋଇ ଛୋଟ ପିଲାମାନେ ଅଧିକାଂଶ ସମୟରେ ହସ୍ପିଟାଲ ଆସୁଥିଲେ। ତେବେ ମାସ୍କ ଓ ସାମାଜିକ ଦୂରତା ମହାମାରୀ ସମୟରେ ପିଲାମାନେ ଏହି ରୋଗ ସଂସ୍ପର୍ଶରେ ଆସି ନାହାନ୍ତି।

କିନ୍ତୁ ସ୍ଥିତି ସ୍ୱାଭାବିକ ହେଲେ Respiratory Syncytial Virus ଅଧିକ ଘାତକ ସାଜିପାରେ। କାରଣ ମହାମାରୀ ଶେଷ ହେବା ପରେ ମାସ୍କ, ସାମାଜିକ ଦୂରତା ଓ ଅନ୍ୟ କଟକଣା ହଟିଯିବ। ଫଳରେ ପିଲାମାନେ Respiratory Syncytial Virus ସଂସ୍ପର୍ଶରେ ପୁଣି ଆସିବେ। ଏହି ସମୟରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିବାରୁ ଆରଏସ୍‌ଭି ଅଧିକ ସାଂଘାତିକ ଅବସ୍ଥା ସୃଷ୍ଟି କରିବାର ଆଶଙ୍କା ରହିଛି। ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଲେ, ଏହାକୁ ମାତ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। Respiratory Syncytial Virus ରୋଗ ପ୍ରତିରୋଧକ ଶକ୍ତି କମ ରହୁଥିବା ପିଲାଙ୍କୁ ଅଧିକ ଆଟାକ କରେ।

ମହାମାରୀ ପୂର୍ବରୁ ବ୍ରିଟେନରେ ବାର୍ଷିକ ୫ ବର୍ଷରୁ କମ ବୟସ୍କ ୩୦,୦୦୦ ପିଲା Respiratory Syncytial Virus ସଂସ୍ପର୍ଶରେ ଆସି ହସ୍ପିଟାଲରେ ଭର୍ତ୍ତି ହୋଇଥାଆନ୍ତି। ହେଲେ ଏବେ ଏହି ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଏହା ଏକ ଭଲ ଖବର। କିନ୍ତୁ ମହାମାରୀ ପରେ କ’ଣ ହେବ, ସେକଥା କୁହାଯାଇ ନପାରେ।

The post ମାସ୍କ ଓ ସାମାଜିକ ଦୂରତା ପିଲାଙ୍କ ପାଇଁ ହୋଇପାରେ ଘାତକ! appeared first on Odisha Reporter.



from Odisha Reporter https://ift.tt/3xBgiDx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages