ଜୟପୁର: ପଞ୍ଜାବ ପରେ ଏବେ ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କଳି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବୁଧବାର ରାତିରେ କ୍ୟାବିନେଟ ବୈଠକ କରିଥିଲେ। ଏହି ସମୟରେ ସରକାରର ଦୁଇ ମନ୍ତ୍ରୀ ପରସ୍ପର ସହ ତୁ ତୁ ମେଁ ମେଁ ହୋଇଥିବା ଜଣାପଡ଼ିଛି। ବରିଷ୍ଠ ମନ୍ତ୍ରୀ ଶାନ୍ତି ଧରୱାଲ ଏବଂ ରାଜସ୍ଥାନ କଂଗ୍ରେସ ସଭାପତି ତଥା ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସାରାଙ୍କ ମଧ୍ୟରେ ଏହି ବାକଯୁଦ୍ଧ ତେଜିଥିଲା। ଦୁଇ ନେତାଙ୍କ ମଧ୍ୟରେ ବିବାଦ ଏତେ ଜୋର ବଢିଥିଲା ଯେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମନ୍ତ୍ରୀମାନେ ହସ୍ତକ୍ଷେପ କରି ମାମଲାକୁ ଥଣ୍ଡା କରିବାକୁ ଚେଷ୍ଟା କରିଥିଲେ।
ଏହି ବୈଠକ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ବାସଭବନରେ ବସିଥିଲା। ଏହି ସମୟରେ ମାଗଣା ଟିକା ଅଭିଯାନକୁ ନେଇ ଶିକ୍ଷା ତଥା ପିସିସି ସଭାପତି ଗୋବିନ୍ଦ ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ ଶାନ୍ତି ଧାରିଓ୍ୱାଲ। ସେ କହିଥିଲେ ଜିଲ୍ଲାପାଳଙ୍କୁ ନଦେଇ ରାଷ୍ଟ୍ରପତିଙ୍କୁ ଦେବା ଦରକାର। ଏହାପରେ ଉଭୟଙ୍କ ମଧ୍ୟର ତେଜିଥିଲା ବାକ୍ ଯୁଦ୍ଧ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଉଭୟ ନେତାଙ୍କୁ ଶାନ୍ତ ରହିବାକୁ କହିଥିଲେ। ତେବେ ଏହି ବିବାଦ ବନ୍ଦ ହୋଇ ନଥିଲା, କିନ୍ତୁ ବୈଠକ ପରେ ବାହାରକୁ ଆସିବା ପରେ ଉଭୟ ମନ୍ତ୍ରୀ ପରସ୍ପର ସହ ଖୋଲାଖୋଲି ବାକଯୁଦ୍ଧ କରିଥିଲେ। ବୈଠକ ଶେଷ ହେବା ପରେ ଧରୱାଲ ଦୋଟାସାରାଙ୍କୁ କହିଥିଲେ ଯେ ସେ ସେମାନଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ନୁହଁନ୍ତି। ଏଥିପାଇଁ ଦୋଟାସାରା କହିଛନ୍ତି ଯେପର୍ଯ୍ୟନ୍ତ ସେ ଦଳର ରାଜ୍ୟ ସଭାପତି ଅଛନ୍ତି, ସେପର୍ଯ୍ୟନ୍ତ ତାଙ୍କ ଆଦେଶ ପାଳନ କରିବାକୁ ପଡ଼ିବ। ନହେଲେ ସୋନିଆ ଗାନ୍ଧୀଙ୍କୁ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଦେବେ ବୋଲି ଦୋଟାସରା କହିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ଏହି ଦୁଇ ନେତାଙ୍କ ସିଏମ୍ ସାମ୍ନାରେ ଯୁକ୍ତିତର୍କ ହୋଇଛି। ଏହାପୂର୍ବରୁ ଅକ୍ଟୋବର ୨୦୨୦ରେ ଉଭୟ ନେତା ଗହଲେୋଟଙ୍କ ବାସଭବନରେ ପୌର ନିର୍ବାଚନରେ ଟିକେଟ୍ ବାଣ୍ଟିବାକୁ ନେଇ ଯୁକ୍ତି ତର୍କ କରିଥିଲେ।
The post ପଞ୍ଜାବ ପରେ ରାଜସ୍ଥାନ କଂଗ୍ରେସରେ କଳି appeared first on Odisha Reporter.
from Odisha Reporter https://ift.tt/2RZwsrw
No comments:
Post a Comment