ଭ୍ୟାକସିନ ପାସପୋର୍ଟ ପାଇଁ ଭାରତର କୋଭିସିଲ୍ଡ ଅଯୋଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

ଭ୍ୟାକସିନ ପାସପୋର୍ଟ ପାଇଁ ଭାରତର କୋଭିସିଲ୍ଡ ଅଯୋଗ୍ୟ

ପ୍ୟାରିସ: ୟୁରୋପ ଯିବାକୁ ଚାହୁଁଥିବା ଲୋକଙ୍କୁ ଝଟକା। ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ ୟୁନିଅନ ଗ୍ରୀନ ପାସ୍‌/ଭ୍ୟାକସିନ ପାସପୋର୍ଟ ଦେବାକୁ ମନା କରିଦେଇଛି। ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ପକ୍ଷରୁ ତିଆରି ହୋଇଥିବା କୋଭିସିଲ୍ଡ ଭାରତରେ ଉତ୍ପାଦନ ହେଉଛି।

ବର୍ତ୍ତମାନ ସ୍ଥିତିରେ ୟୁରୋପ ୟୁନିଅନ କେବଳ ଆଷ୍ଟ୍ରେଜେନେକାର ଟିକାର ଭ୍ୟାକ୍ସେଜେଭରିଆ ଭର୍ସନକୁ ଅନୁମତି ଦେଇଛି। ଏହାର ଅର୍ଥ ୟୁରୋପ ଓ ବ୍ରିଟେନରେ ଉତ୍ପାଦନ ହେଉଥିବା ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ଟିକାର ଡୋଜ୍‌ ଯିଏ ନେଇଥିବ, ସେମାନଙ୍କୁ ଭ୍ୟାକସିନ ପାସପୋର୍ଟ ମିଳିବ।

ୟୁରୋପିଆନ ମେଡିକାଲ ଏଜେନ୍ସି କେବଳ ଏହି ଭର୍ସନ ଟିକାକୁ ଅନୁମତି ଦେଇଛି। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡକୁ ଇଏମଏ ଏଯାଏ ଅନୁମତି ଦେଇନାହିଁ। ଇଏମଏ ପକ୍ଷରୁ ଏଯାଏ ୪ଟି କମ୍ପାନୀର ଭ୍ୟାକ୍ସିନ ଯଥା ମର୍ଡର୍ଣ୍ଣା, ଫାଇଜର-ବାୟୋନଟେକ, ଭ୍ୟାକ୍ସଜେଭରିଆ ଓ ଜନସନ ଆଣ୍ଡ ଜନସନକୁ ଅନୁମତି ଦିଆଯାଇଛି।

ଭାରତରେ ତିଆରି କୋଭିସିଲ୍ଡ ଟିକାକୁ ଇଏମଏ ଅନୁମତି ଦେଇ ନଥିବାରୁ ୟୁରୋପୀୟ ଦେଶକୁ ଯିବା ଭାରତୀୟଙ୍କ ପାଇଁ କାଠିକର ପାଠ ହୋଇପାରେ। କାରଣ ଜୁଲାଇ ୧ରୁ ବିଭିନ୍ନ ୟୁରୋପୀୟ ଦେଶ ଭ୍ୟାକସିନ ପାସପୋର୍ଟ ନିୟମ ଆରମ୍ଭ କରୁଛନ୍ତି। ଏହି ନିୟମ ଅନୁସାରେ, କେବଳ ଅନୁମୋଦନପ୍ରାପ୍ତ ଟିକା ନେଇଥିବା ଲୋକଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିବ।

The post ଭ୍ୟାକସିନ ପାସପୋର୍ଟ ପାଇଁ ଭାରତର କୋଭିସିଲ୍ଡ ଅଯୋଗ୍ୟ appeared first on Odisha Reporter.



from Odisha Reporter https://ift.tt/2Tb2nWg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages