ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ବଲପୁରର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।
ପ୍ରଫେସର ମାଝୀ ୩ ବର୍ଷ ପାଇଁ ଏହି ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ତାମିଲନାଡୁର କାଞ୍ଚିପୁରମ ସ୍ଥିତ IIITDMର ନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଛନ୍ତି।
ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ମାଝୀଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଅଧୀନରେ ୧୮ ଜଣ ଛାତ୍ରଛାତ୍ରୀ ପିଏଚ୍ଡି କରିଛନ୍ତି।
୨୦୧୬ରେ ଓଡ଼ିଶା ସରକାର ପ୍ରଫେସର ମାଝୀଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପ୍ରଦାନ କରିଥିଲେ।
The post ଭିସୁଟ୍ ପାଇଁ ନୂଆ କୁଳପତି ନିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/2UByf6Q
No comments:
Post a Comment