‘ମୋ ଗୀତ ଯୋଗୁ ଅକ୍ଷୟ ଆଜି ସୁପରଷ୍ଟାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

‘ମୋ ଗୀତ ଯୋଗୁ ଅକ୍ଷୟ ଆଜି ସୁପରଷ୍ଟାର’

ମୁମ୍ବାଇ : ଇଣ୍ଡିଆନ ଆଇଡଲ ସୋରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିବା ବଲିଉଡର ସେଲିବ୍ରେଟି ସିଙ୍ଗର ଅଭିଜିତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ଉପରେ ଦେଇଥିବା ଟିପ୍ସଣୀକୁ ସୋଶାଲ ମିଡ଼ିଆରେ ବଢ଼ାଇ ଚଢାଇ ଦେଖାଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିଜିତ। ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଜିତ କହିଛନ୍ତି, ଅକ୍ଷୟ କୁମାରଙ୍କୁ ସେ ଷ୍ଟାର ବନେଇଛନ୍ତି l କେବଳ ସେତିକି ନୁହେଁ, ଅକ୍ଷୟ କୁମାରଙ୍କୁ ସେ ଗରିବଙ୍କ ମିଥୁନ ଚକ୍ରବର୍ତ୍ତୀ ବୋଲି କହିଛନ୍ତି। ଏଥିସହ ଅକ୍ଷୟ ଆଜି ଜଣେ ସୁପର ଷ୍ଟାର ହୋଇଥିବା ବେଳେ ଏହା ପଛରେ ତାଙ୍କ ଗୀତର ଅବଦାନ ରହିଛି।

ଏଥିସହ ଏହି ଭେଟରାନ ସିଙ୍ଗର କହିଛନ୍ତି, ଯେବେ ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ପାଦ ରଖିଲେ ସେତେବେଳେ ସେ ଷ୍ଟାର ନଥିଲେ। ହେଲେ ମୋ ଗୀତ ଯୋଗୁ ସେ ଆଜି ସୁପରଷ୍ଟାର। ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଗରୀବଙ୍କ ଅମିତାଭ ବଚ୍ଚନ କୁହାଯାଉଥିବା ବେଳେ ଅକ୍ଷୟଙ୍କୁ ଗରିବଙ୍କ ମିଥୁନ କୁହାଯାଉଥିଲା।

ଏହାବାଦ ସେ କହିଛନ୍ତି, ସଙ୍ଗୀତରେ ବହୁତ ବଡ଼ ଶକ୍ତି ଅଛି। ଏହା ଜଣେ ଆକ୍ଟରଙ୍କୁ ଷ୍ଟାର ବନାଇଥାଏ। ଅକ୍ଷୟ କୁମାର ଖିଲାଡି ଫିଲ୍ମ ପରେ ଷ୍ଟାର ହେଲେ, ତାଙ୍କ ଗୀତ ‘ବାଦା ରହା ସନମ’ ମୁଁ ଗାଇଥିଲି। ମୋ ଭଏସ ତାଙ୍କୁ ସୁଟ କରୁଥିଲା। ଏହାପରେ ତାଙ୍କ ବହୁ ଫିଲ୍ମର ଟାଇଟଲରେ ଖିଲାଡି ଶବ୍ଦର ବ୍ୟବହାର କରାଯାଇଥିଲା। ତେଣୁ ମୋ ଭଏସ ତାଙ୍କୁ ଷ୍ଟାରଡମର ସ୍ୱାଦ ଚଖାଇଥିଲା। ଏହାବାଦ ସେ କହିଛନ୍ତି, ମୁଁ ଷ୍ଟାରଙ୍କ ଗୀତ ଗାଇବାକୁ ଅଛି, ଆକ୍ଟର୍ସଙ୍କର ନୁହେଁ। ଜଣେ ଯଦି ଷ୍ଟାର ନୁହେଁ, ତେବେ ତାହାର କିଛି ମୂଲ୍ୟ ନାହିଁ।

The post ‘ମୋ ଗୀତ ଯୋଗୁ ଅକ୍ଷୟ ଆଜି ସୁପରଷ୍ଟାର’ appeared first on Odisha Reporter.



from Odisha Reporter https://ift.tt/35AMxHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages