ପୁରୀ (ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହାରି ଭିତରେ ରହିଛି ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ନୀତି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ନାନଯାତ୍ରା ପାଇଁ ରାତି ଗୋଟାଏରେ ମଙ୍ଗଳାର୍ପଣ ହେବ ଏବଂ ୪ଟା ପର୍ଯ୍ୟନ୍ତ ପହଣ୍ଡି ହେବ। ସ୍ନାନ ପୂର୍ଣ୍ଣିମା ଦିନ ହାତୀ ବେଶ ଦିନ ୧୧ଟାରୁ ୧୨ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ହେବ।
ଆସନ୍ତା ଜୁଲାଇ ୧୨ ତାରିଖ ଦିନ ରଥଯାତ୍ରା ହେବ। ଶ୍ରୀ ଗୁଣ୍ଡିଚା ଦିନ ପହଣ୍ଡି ସକାଳ ସାଢ଼େ ୮ଟା ଟାରୁ ଆରମ୍ଭ ହେବ। ଗଜପତି ମହାରାଜ ଅପରାହ୍ଣ ୨ଟାରେ ଛେରା ପହଁରା କରିବେ। ଏହା ପରେ ଦ୍ୱିପହର ୩ଟାରୁ ରଥ ଟଣା କାର୍ଯ୍ୟକ୍ରମ ହେବ। ସେହିପରି ବାହୁଡ଼ା ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ଣ ୪ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।
ସେହିପରି ସୁନାବେଶ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଅପରାହ୍ଣ ୪ଟାରୁ ୫.୩୦ ଯାଏ ସୁନା ବେଶ ହେବ। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ। ନୀଳାଦ୍ରିବିଜେ ପହଣ୍ଡି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।
The post ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ସକାଳ ୮.୪୦ରୁ ପହଣ୍ଡି ଓ ୩ଟାରୁ ରଥ ଟଣା appeared first on Odisha Reporter.
from Odisha Reporter https://ift.tt/3wV9e4I
No comments:
Post a Comment