ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଗଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଗଲେ ୨ ଯୁବକ

ଯାଜପୁର (ଗୁଲାମ ଗସ): ଗାଧୋଉ ଥିବା ବେଳେ ନଦୀରେ ବୁଡ଼ି ଗଲେ ଦୁଇ ଜଣ ଯୁବକ। ଏହି ଦୁଃଖଦ ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ।

ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮)।

ଆଜି ଦିନ ପ୍ରାୟ ୧୧ଟା ବେଳେ ସୁନୀଲ ଓ ଜିତେନ୍ଦ୍ର ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ସେମାନେ ବୁଡ଼ି ଯାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ।

ଗ୍ରାମବାସୀ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ଗ୍ରାମବାସୀଙ୍କ ସହାୟତାରେ ସୁନୀଲଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଗଲେ ୨ ଯୁବକ appeared first on Odisha Reporter.



from Odisha Reporter https://ift.tt/3xD4CQH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages