ବନ୍ଧୁକଧାରୀ ବିକ୍ରମର ହାଇଡ୍ରାମା ଜାରି; ଘଟଣା ପଛର କାରଣ ପ୍ରେମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ବନ୍ଧୁକଧାରୀ ବିକ୍ରମର ହାଇଡ୍ରାମା ଜାରି; ଘଟଣା ପଛର କାରଣ ପ୍ରେମ!

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଅଶାନ୍ତର ବାତାବରଣ ଜାରି ରହିଛି। ଘର ଭିତରେ ନିଜକୁ ବନ୍ଦ କରି ରଖିଛି ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡା। ସେ କାହା କଥା ଶୁଣୁନି। ମା’, ସାଙ୍ଗ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍‌- ସମସ୍ତେ ଆଲୋଚନା କରି ତାକୁ ବୁଝାଇବାରେ ବିଫଳ ହୋଇଛନ୍ତି। ଏମିତିକି ବଲାଙ୍ଗୀର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବିକ୍ରମ ସହିତ କଥା ହୋଇଥିଲେ ବି ସେ ବାହାରକୁ ଆସି ନାହିଁ। ତଥାପି ତାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ପୁଲିସ୍‌। କାରଣ ବିକ୍ରମ ଏକ ଦେଶୀ ବନ୍ଧୁକ ଧରିଛି ଓ ତା’ପାଖକୁ କେହି ଗଲେ ସେ ନିଜକୁ ନିଜେ ଗୁଳି କରି ଦେବ ବୋଲି କହୁଛି।

ବିକ୍ରମର ଏଭଳି କାଣ୍ଡ ପଛର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ଆଲୋଚନା ହେଉଛି। ତା’ ସାଙ୍ଗମାନେ ଏଭଳି କିଛି ସଙ୍କେତ ଦେଇଥିବା ବେଳେ ଉଦ୍ଧାର ହୋଇଥିବା ଘର ମାଲିକଙ୍କ ମନ୍ତବ୍ୟରୁ ମଧ୍ୟ ଏହା ପ୍ରେମ ବ୍ୟାପାର ବୋଲି ଆଶଙ୍କା କରାଯାଉଛି।

ଘର ଭିତରୁ ଉଦ୍ଧାର ହେବା ପରେ ପରିବାରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଥିଲେ, ସକାଳେ ପୂଜା କରୁଥିବା ବେଳେ ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବି ନେଲି। କିନ୍ତୁ ହଠାତ ସେ ପିସ୍ତଲ ବାହାର କରି ତୁମ ଭାଣିଜୀ କୁଆଡ଼େ ଗଲା ବୋଲି କହିଲା। ତୁମ ଭାଣିଜୀକୁ ଡାକ୍ ନହେଲେ ମାରିଦେବି ବୋଲି କହିଲା। ତା’ ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଲା। ଆମେ ସମସ୍ତେ ଗୋଟିଏ ରୁମ୍‌ରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ। ମୋତେ ସେ ଆତଙ୍କବାଦୀ ଭଳି ଲାଗିଲା। ଜୀବନରେ ମୁଁ କେବେ ବନ୍ଧୁକ ଦେଖିନଥିଲି। ତା’ ପାଖରେ ବନ୍ଧୁକ ଦେଖି ବହୁତ ଡରିଯାଇଥିଲି।

ଯାହା ଶୁଣିବାକୁ ମିଳିଛି, ଦିବ୍ୟଲୋଚନ ହୋତାଙ୍କ ଭାଣିଜୀଙ୍କୁ ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡା ଭଲ ପାଉଛି। ଏହା ଏକ ତରଫା ପ୍ରେମ କି ଆଉ କିଛି, ତାହା ସ୍ପଷ୍ଟ ହୋଇନି। ତେବେ ଉକ୍ତ ଯୁବତୀଙ୍କ ବାହାଘର ଠିକ୍ ହୋଇଯାଇଛି କୁହାଯାଉଛି। ସେଥିପାଇଁ ବିକ୍ରମ ଏମିତି କାଣ୍ଡ କରିଛି। ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ବିକ୍ରମ ତାଙ୍କ ପ୍ରେମ ସଂପର୍କରେ କିଛି କିଛି କହିଥିବା ଜଣାପଡ଼ିଛି। କିନ୍ତୁ ସେ ଧରାପଡ଼ିବା ପରେ ଯାଇ ପୂରା ଘଟଣା ଉପରୁ ରହସ୍ୟ ଉଠିପାରିବ।

ବଲାଙ୍ଗୀର ଏସ୍‌ପି, ଏସ୍‌ଡିପିଓ ଓ ଅନ୍ୟ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପୁଲିସ୍ ବନ୍ଧୁକଧାରୀ ଯୁବକକୁ ସୁରକ୍ଷିତ ଭାବେ ଧରିବାକୁ ସମସ୍ତ ପ୍ରକାର ସମ୍ଭାବ୍ୟ ଦିଗ ଉପରେ କାର୍ଯ୍ୟ କରୁଛି।

ସୂଚନାଯୋଗ୍ୟ, ଉକ୍ତ ଘରେ ଦିବ୍ୟଲୋଚନ ହୋତା, ତାଙ୍କ ପତ୍ନୀ ଓ ପୁଅ ଥିଲେ। ଏସ୍‌ଡିପିଓଙ୍କ ନେତୃତ୍ୱରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

The post ବନ୍ଧୁକଧାରୀ ବିକ୍ରମର ହାଇଡ୍ରାମା ଜାରି; ଘଟଣା ପଛର କାରଣ ପ୍ରେମ! appeared first on Odisha Reporter.



from Odisha Reporter https://ift.tt/3gD3plA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages