ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ବଡ଼ବଡ଼ ବିଭାଗର ସୀମକ୍ଷା ଶେଷ ହୋଇଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।
କୁହାଯାଉଛି ଯେ ଅନେକ ମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରୁ ବାଦ ପଡ଼ିବେ। ସେହିପରି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ଧରଣର ଅଦଳବଦଳ ମଧ୍ୟ କରାଯିବ। ଏସବୁ ଭିତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ୨୫ ଜଣ ସାଂସଦ ଓ ମନ୍ତ୍ରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି।
କ୍ୟାବିନେଟ ଅଦଳବଦଳ ହେବାକୁ ଥିବାରୁ ଶାହଙ୍କ ଘରେ ଶନିବାର ଓ ରବିବାର ଗୁଜରାଟ, ଉତ୍ତର ପ୍ରଦେଶର ଏକାଧିକ ସାଂସଦ ଭିଡ଼ କରିଥିଲେ। ସୂତ୍ର ଅନୁସାରେ ଶ୍ରୀ ଶାହ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସହ ଏକାଧିକ ରାଜ୍ୟର ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭବତଃ ସେମାନଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଭିନ୍ନ ମନ୍ତ୍ରୀମାନଙ୍କ ସହ ୱାନ ଟୁ ୱାନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ସେମାନଙ୍କ ମନ୍ତ୍ରଣାଳୟ କ’ଣ ସବୁ କାମ କରିଛି, ତା’ର ହିସାବ ନିକାଶ କରିଛନ୍ତି ମୋଦି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଭଳି ହେଭିୱେଟଙ୍କ ସହ ମୋଦି ଓ ଶାହ ବୈଠକ କରିଛନ୍ତି।
ସୋମବାର ମୋଦି ସନ୍ଧ୍ୟା ସମୟରେ ହଠାତ୍ ତାଙ୍କ ବସଭବନରେ ଜରୁରୀ ବୈଠକ ଡାକିଥିଲେ। ଏଥିରେ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ। ୩ ଜଣ ଯାକ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିବା କୁହାଯାଉଛି।
The post ବଦଳିବ ମୋଦିଙ୍କ କ୍ୟାବିନେଟ! ୨୫ ଜଣ ସାଂସଦଙ୍କୁ ଭେଟିଲେ ଅମିତ ଶାହ appeared first on Odisha Reporter.
from Odisha Reporter https://ift.tt/3iVck4X
No comments:
Post a Comment