ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ପୁଲିସର ଚରମବାଣୀ: ଭିଡିଓ କଲ ନୁହେଁ, ଥାନାରେ ହାଜର ହୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ପୁଲିସର ଚରମବାଣୀ: ଭିଡିଓ କଲ ନୁହେଁ, ଥାନାରେ ହାଜର ହୁଅ

ଗାଜିଆବାଦ: ଟ୍ୱିଟର ଇଣ୍ଡିଆର ଏମଡି ମନୀଷ ମାହେଶ୍ୱରୀଙ୍କୁ ଚରମବାଣୀ ଶୁଣାଇଛି ଗାଜିଆବାଦ ପୁଲିସ୍‌। ଗାଜିବାଦର ଗୋଟିଏ ମାରପିଟ୍ ଭିଡିଓ ଭାଇରାଲ ଘଟଣାରେ ପୁଲିସ୍‌ ମନୀଷଙ୍କୁ ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ନୋଟିସ କରିଛି। ତାଙ୍କୁ ଥାନାକୁ ଆସି ନିଜର ବୟାନ ରେକର୍ଡ କରାଇବାକୁ ନୋଟିସରେ କୁହାଯାଇଛି।

ପୂର୍ବରୁ ସେ ଭିଡିଓ କଲରେ ନିଜର ପକ୍ଷ ରଖିବାକୁ ଚାହୁଁଥିବା ପୁଲିସ୍‌କୁ କହିଥିଲେ। ହେଲେ ପୁଲିସ୍‌ ଭିଡିଓ କଲ ନୁହେଁ, ବରଂ ଥାନାରେ ହାଜର ହେବାକୁ ନୋଟିସରେ କହିଛି।

ସୋମବାର ଗାଜିଆବାଦ ପୁଲିସ ମନୀଷଙ୍କୁ ପଠାଇଥିବା ନୋଟିସ୍‌ରେ ବ୍ୟକ୍ତିଗତ ଭରବେ ଜୁନ୍‌ ୨୪ରେ ଲୋନି ବର୍ଡର ପୁଲିସ୍‌ ଷ୍ଟେସନରେ ହାଜର ହେବାକୁ କହିଛି। ଏସ୍‌ପି(ଗ୍ରାମୀଣ) ଆଇରାଜ ରାଜା କହିଛନ୍ତି, “ଗତ ସପ୍ତାହରେ ସିଆରପିସିର ସେକସନ ୧୬୬ ଅନୁଯାୟୀ ଆମେ ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ପଠାଇଥିବା ନୋଟିସର ଜବାବ ପାଇଛୁ।

ମାହେଶ୍ୱରୀ ଜବାବରେ କହିଛନ୍ତି ଯେ ସେ ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତରେ ସାମିଲ ହେବାକୁ ଚାହାନ୍ତି। ତେବେ ଏହାକୁ ଅଗ୍ରାହ୍ୟ କରାଯାଇଛି। ଦ୍ୱିତୀୟ ନୋଟିସରେ ତାଙ୍କୁ ୨୪ ତାରିଖ ଦିନ ୧୦.୩୦ରେ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବାକୁ କୁହାଯାଇଛି।”

ଜଣେ ମୁସିଲିମ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏହି ଭିଡିଓ ନକଲି ବୋଲି ପୁଲିସ୍‌ କହିବା ସହ ଏହାକୁ ଶେୟାର କରିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସହ ଟ୍ୱିଟର ବିରୋଧରେ ମାମଲା କରିଛି।

The post ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ପୁଲିସର ଚରମବାଣୀ: ଭିଡିଓ କଲ ନୁହେଁ, ଥାନାରେ ହାଜର ହୁଅ appeared first on Odisha Reporter.



from Odisha Reporter https://ift.tt/3gQMAnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages