ରାଜ୍ୟରେ ୪୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ରାଜ୍ୟରେ ୪୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ଗ୍ରାଫ ଦିନକୁ ଦିନ ତଳମୁହାଁ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ୪୦ରୁ ଖସିବା ନାଁ ନେଉ ନ ଥିଲା। ଏଥିଯୋଗୁ ଲୋକଙ୍କ ମନରେ ଛନକା ପଶିଯାଇଥିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର। ଦୀର୍ଘ ଦିନ ପରେ ଆଜି ୪୦ ତଳକୁ ଖସିଛି ମୃତ୍ୟୁ ସଂଖ୍ୟା।

ରାଜ୍ୟରେ ଆଖି ବୁଜିଲେ  ଆଉ ୩୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ  କଟକ, ବରଗଡ଼ରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ମୟୂରଭଂଜ ଓ ପୁରୀରୁ ୪ ଲେଖାଏଁ କରୋନାରେ ପ୍ରାଣ ହାରିଥିବର ବେଳେ  ସମ୍ବଲପୁରରେ ଯାଇଛି ୩ ଜୀବନ।  ଏହାବାଦ ଜଗତସିଂହପୁର, ଝାରସୁଗୁଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ  ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଂଜାମରୁ ଜଣେ ଲେଖାଏଁ ମୃତ୍ୟୁମୁଖରେ ପଡ଼ିଛନ୍ତି।  କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ କରୋନା ଯୋଗୁ ଆଖି ବୁଜିଛନ୍ତି। ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୪୦ ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/2Uq4jdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages