ଉହାନ ଲ୍ୟାବ ପରେ ଚାଇନାର ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ଲିକେଜ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଉହାନ ଲ୍ୟାବ ପରେ ଚାଇନାର ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ଲିକେଜ୍ !

ବେଜିଂ: ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକେଜ ହେବାରୁ କରୋନା ବ୍ୟାପିଛି ବୋଲି କୁହାଯାଉଛି। ହେଲେ ଏଯାବତ ଚାଇନା ଏହାକୁ ନେଇ ନିରବ ରହିଛି। ସେହିପରି ଚାଇନାର ଏକ ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ଗ୍ୟାସ ଲିକେଜ ହୋଇଛି ବୋଲି ଜଣାପଡ଼ିଛି। ଯାହାକି ମଣିଷକୁ ଆହୁରି ବିପଦ ଘେରକୁ ଠେଲିଦେବ। ଆମେରିକା ଏଭଳି ଏକ ରିପୋର୍ଟ ପାଇବା ପରେ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଏହି ପରମାଣୁ ପ୍ଲାଣ୍ଟରେ ଫ୍ରାନ୍ସର ଏକ କମ୍ପାନୀ ଅଂଶୀଦାର ଥିଲା। କିନ୍ତୁ ଲିକେଜ କାରଣରୁ ସମ୍ଭାବିତ ରେଡିଓଲୋଜିକାଲ ବିପଦକୁ ଆଖି ଆଗରେ ରଖି ଚାଇନାକୁ ଚେତାବନୀ ଦେଇଥିଲା। ପରେ ଫ୍ରାନ୍ସର ଏହି ‘ଫ୍ରାମାଟୋମେଟ’ କମ୍ପାନୀ ଚାଇନା ସହିତ ଅଂଶୀଦାରରୁ ନିଜକୁ ଦୂରେଇ ରଖିଛି। ଫ୍ରାମାଟୋମେର ଏ ନେଇ ଆମେରିକାର ଗୃହ ବିଭାଗକୁ ରିପୋର୍ଟ ଦେବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଚାଇନାର ଏହି ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ସିଏନଏନ ଏହି ରିପୋର୍ଟ ପ୍ରକାଶ କରିଛି।

ଫ୍ରାନ୍ସର ଏହି କମ୍ପାନୀ ୨୦୦୯ରେ ଚାଇନା ସହ ଚୁକ୍ତି କରିଥିଲା। ଏହି ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟ ନିର୍ମାଣ ହୋଇଥିଲା। ଏହାପରେ ୨୦୧୮ ଏବଂ ୨୦୧୯ରେ ଚାଇନା ଏହି ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ କରୁଛି। ହଂକଂ ପାଖରେ ଏହି ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟ ରହିଥିବା ସୂଚନା ରହିଛି।

ତେବେ ପରିସ୍ଥିତି ଉଦବେଗଜନକ ନହୋଇଥିଲେ ବି ଚିନ୍ତାଜନକ ବୋଲି ଆମେରିକା ଦୃଦବୋଧ କରିଛି। ଗତ ସପ୍ତାହରେ ଆମେରିକାର ଜାତୀୟ ସୁରକ୍ଷା ପରିଷଦ ଏହାକୁ ନେଇ ବାରମ୍ୱାପ ବୈଠକ କରିଥିଲା। ଏହା ବ୍ୟତୀତ ବାଇଡେନ ପ୍ରଶାସନ ଫ୍ରାନ୍ସ ସରକାର ଏବଂ ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟର ନିଜର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛି।

ବିଗତ କିଛି ବର୍ଷ ହେବ ଚାଇନା ଆଣବିକ ଶକ୍ତି ବ୍ୟବହାରକୁ ବୃଦ୍ଧି କରିଛି। ଦେଶରେ ଉତ୍ପାଦିତ ବିଦ୍ୟୁତର ୫ ପ୍ରତିଶତ ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ଚାଇନା ତିଆରି କରୁଛି। ଚାଇନାର ଆଣବିକ ଶକ୍ତି ସଙ୍ଗଠନ ଅନୁଯାୟୀ ଏବେ ଦେଶରେ ୧୬ଟି ଆଣବିକ କାରଖାନା ରହିଛି। ଯେଉଁଥିରୁ ୫୧,୦୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି।

ତେବେ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ଚାଇନା ସରକାରଙ୍କ ସହ ଯୋଗାଯୋଗରେ ଅଛି।  ଯଦିଓ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଆଲୋଚନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ।

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ କାରଖାନାର ଶ୍ରମିକ ତଥା ଚାଇନା ନାଗରିକଙ୍କ ପାଇଁ ବିପଦ ନାହିଁ। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ରାନ୍ସର କମ୍ପାନୀ ଆମେରିକା ସରକାରଙ୍କ ସାହାଯ୍ୟ ଲୋଡିଛି। ହେଲେ ଚାଇନା ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ। ସେହିପରି ଫ୍ରାନ୍ସର ଏହି କମ୍ପାନୀ ଏହି ଚିଠି ଲେଖିବାର ସମୟକୁ ନେଇ ଅନ୍ୟ ଏକ ଦିଗରେ ବିତର୍କ ଆରମ୍ଭ ହୋଇଛି। କାରଣ ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ବାବଦରେ ଜି -୭ ଦେଶର ବୈଠକ ପୂର୍ବରୁ ଫ୍ରାନ୍ସର ଏହି କମ୍ପାନୀର ଚିଠି ନିଆଁରେ ଘିଅ ଢାଳିବା ଉଦ୍ଦେଶ୍ୟ ନୁହେଁ ତ?

The post ଉହାନ ଲ୍ୟାବ ପରେ ଚାଇନାର ନ୍ୟୁକ୍ଲିଅର ପାଓ୍ୱାର ପ୍ଲାଣ୍ଟରୁ ଲିକେଜ୍ ! appeared first on Odisha Reporter.



from Odisha Reporter https://ift.tt/2SAbteV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages