ଲଣ୍ଡନ: ଆଉ ଚାଲିବନି ବେଜିଂର ଏକଛାଟିଆ କାରବାର। ବେଜିଂକୁ ରୋକିବାକୁ ଏକାଠି ହେଲେ ଜି-୭ ଦେଶ। କରୋନା, ତାଇଓ୍ୱାନ-ହଙ୍ଗକଙ୍ଗ ପ୍ରସଙ୍ଗରେ ଜି-୭ ବୈଠକରେ ହୋଇଛି ମାରାଥନ ଆଲୋଚନା। ଯାହାକୁ ନେଇ ବାଉଳି ହୋଇଛି ଡ୍ରାଗନ। କାରଣ ଆମେରିକା ଚାଇନାର ଡ୍ରିମ ପ୍ରୋଜେକ୍ଟ ବିଆରଆଇ ପ୍ରକଳ୍ପ ଉପରେ ମଧ୍ୟ ରୋକ୍ ଲଗାଇବାକୁ ତିଆରି କରିଛି ସିକ୍ରେଟ୍ ପ୍ଲାନ୍। ଏଥିସହ ଗରିବ ଦେଶ ଗୁଡ଼ିକୁ ଋଣ ଦେଇ ଚାଇନା ଯେଉଁଭଳି ସାହୁକାର ଭଳିଆ ବ୍ୟବହାର କରୁଛି ତା ବିରୋଧରେ ରଣନୀତି ତିଆରି ହୋଇଛି ଏହି ଜି-୭ ବୈଠକରେ। ଏହାକୁ ଦେଖି ଲଣ୍ଡନରେ ଥିବା ବେଜିଂର ଦୂତାବାସ ଚିହିଁକି ଉଠିଛି।
ଜି-୭ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଚାଇନା ସମ୍ବେଦନଶୀଳ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇାନକୁ ନିଜର ମୁଖ୍ୟ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ବୋଲି ଏହି ବୈଠକରେ କହିଛନ୍ତି। ଚାଇନା ସହାନୁଭୂତି ଆଳରେ ଗରିବ ଦେଶମାନଙ୍କୁ ଯେଉଁ ଭଳି କରଜ ଜାଲରେ ଫସାଉଛି ତାକୁ ଚେକ୍ ଦେବା ପାଇଁ ଆମେରିକା ଆରମ୍ଭ କରିଛି ରଣନୀତି।
ଜି-୭ରେ ସାମିଲ ହୋଇଥିବା ଦେଶ ସ୍ୱୀକାର କରିଛନ୍ତି ଯେ ଚାଇନାରେ ମାନବିକ ଅଧିକାର ଏବଂ ମୌଳିକ ଅଧିକାରର ହନନ ହେଉଛି। ହଂକଂକୁ ଅଧିକ ସ୍ୱାଧୀନତା ଦିଆଯିବ ସହ ସେଠିକାର ନାଗରିକଙ୍କ ସ୍ୱାଧୀନତା ଦେବା ଆବଶ୍ୟକ।
ଜି-୭ ଦେଶରେ ସାମିଲ ଥିବା ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ ଏବଂ ଜାପାନ କରୋନାର ଉତ୍ପତ୍ତି ବାବାଦରେ ଜାଣିବାକୁ ଦାବି କରିଛନ୍ତି। ବିଶ୍ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ବିଶେଷଜ୍ଞ ଟିମ୍ ଏହାର ଅନୁସନ୍ଧାନ କରିବା ଦରକାର ବୋଲି ଦାବି କରିଛନ୍ତି। ବାଇଡେନ କହିଛନ୍ତି ଯେ ଚାଇନାର ଉହାନ ପରୀକ୍ଷାଗାରକୁ ଯିବା ପାଇଁ ଅନୁମତି ମିଳିନାହିଁ। ରଏଟର୍ସର ରିପୋର୍ଟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ କରୋନା ଭୂତାଣୁ ବାଦୁଡି ଦ୍ୱାରା ସଂକ୍ରମିତ ନା ପରୀକ୍ଷାଗାରରେ ଏହାକୁ ତିଆରି କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତ ଅତିଥି ଦେଶ ଭାବରେ ମଧ୍ୟ କରୋନାର ଉତ୍ପତ୍ତି ତଦନ୍ତକୁ ସମର୍ଥନ କରିଛି।
ଜି-୭ ଦେଶ ଗୁଡିକ କହିଛନ୍ତି ଯେ ତାଇୱାନରେ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି। ଦେଶଗୁଡିକ କହିଛନ୍ତି, ‘ପୂର୍ବ ଏବଂ ଦକ୍ଷିଣ ଚୀନ୍ ସାଗରର ପରିସ୍ଥିତିକୁ ଉଦବେଗଜନକ ରହିଛି। ସଂପୃକ୍ତ ଅଞ୍ଚଳରେ ଯେଉଁଭଳି ବାତାବରଣ ସୃଷ୍ଟି ହୋଇଛି ତାହା ଗ୍ରହଣୀୟ ନୁହେଁ ବୋଲି ଜି-୭ ଦେଶ କହିଛନ୍ତି।
ଏହାକୁ ନେଇ ଲଣ୍ଡନରେ ଥିବା ଚାଇନାର ଦୂତାବାସ ଏକ ବିବୃତ୍ତି ଜାରି କରି କହିଛି ଯେ ଚାଇନା ସବୁବେଳେ ବିଶ୍ୱାସ କରେ ଯେ ଦେଶ ବଡ ହେଉ ଅବା ଛୋଟ, ଶକ୍ତିଶାଳୀ ହେଉ ଅବା ଦୁର୍ବଳ, ଗରିବ ହେଉ କି ଧନୀ ସାରା ବିଶ୍ୱ ଅନ୍ତର୍ଜାତୀୟ ନୀତି ଅନୁସାରେ ଚାଲିବା ଦରକାର। ଦୁନିଆରେ କେବଳ ଗୋଟିଏ ବ୍ୟବସ୍ଥା ରହିବା ଦରକାର ଆଉ ଏହି ବ୍ୟବସ୍ଥା ମିଳିତ ଜାତିସଂଘ ଦ୍ୱାରା ତିଆରି ହେବା ଦରକାର। ସାରା ବିଶ୍ୱ ଉପରେ କିଛି ଦେଶ ମିଶି ନିଷ୍ପତ୍ତି ନେବା ଠିକ୍ ନୁହେଁ।
The post କରୋନା, ତାଇଓ୍ୱା-ହଙ୍ଗକଙ୍ଗ ପ୍ରସଙ୍ଗରେ ବେଜିଂକୁ ଘେରାବନ୍ଦୀ appeared first on Odisha Reporter.
from Odisha Reporter https://ift.tt/3zn6ZZR
No comments:
Post a Comment