ରଜ ସ୍ପେଶାଲ: ଘରେ କରନ୍ତୁ ସୁଆଦିଆ ମୁଆଁ ପିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ରଜ ସ୍ପେଶାଲ: ଘରେ କରନ୍ତୁ ସୁଆଦିଆ ମୁଆଁ ପିଠା

ଆବଶ୍ୟକ ସାମଗ୍ରୀ: ଚାଉଳ, ବିରି, ନଡ଼ିଆ, ଛେନା, ଗୋଲମରିଚ, ଗୁଜରାତି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବତୁରାଇ ଦିଅନ୍ତୁ l ଏହାକୁ ବାଟି ଭଲ ଭାବେ ଫେଣି ୭-୮ ଘଣ୍ଟା ଛାଡ଼ି ଦିଅନ୍ତୁ।

ପୂର ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍‌ ଚୁଲା ଅନ୍ କରି କଡ଼େଇ ବସାଇ ପ୍ରଥମେ ସେଥିରେ ଗୁଡ଼ ଦିଅନ୍ତୁ।  ଏହାପରେ ସେଥିରେ ନଡ଼ିଆ କୋରା, ଛେନା, ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ପୂର।

ଏହା ପରେ ଗ୍ୟାସରେ ଏକ ଇଡିଲି ହାଣ୍ଡି ବସାଇ ସେଥିରେ ପାଣି ଦିଅନ୍ତୁ। ଏବେ ଚାଉଳ ବିରି ବଟାକୁ ଭଲ ଭାବେ ଗୋଳାଇ ସେଥିରେ ଲୁଣ ମିଶାନ୍ତୁ। ଏହାପରେ ଏକ ପାତ୍ରରେ ପତଳା କଟନ କପଡା ଦେଇ ତା ଉପରେ କିଛି ଆଣ ଦିଅନ୍ତୁ। ତା’ ଉପରେ ନଡ଼ିଆ ଛେନା ପୂର ଦେଇ ପୁଣି ତା ଉପରେ ଆଣ ଦେଇ ଦିଅନ୍ତୁ।

ପାଣି ଗରମ ହୋଇଗଲେ ଏକ କେକ ଷ୍ଟାଣ୍ଡ ରଖି ତା’ ଉପରେ ଆଣ ଭର୍ତ୍ତି ପାତ୍ରକୁ ରଖି ଦିଅନ୍ତୁ ଓ ଇଡିଲି ହାଣ୍ଡିର ଉପର ଭାଗକୁ ଘୋଡାଇ ଦିଅନ୍ତୁ। ୧୫ ମିନିଟ୍‌ ପାଇଁ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ l

ଏହାପରେ ଗ୍ୟାସ ବନ୍ଦ କରି ପିଠାକୁ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଏଥର କାଟି ସମସ୍ତଙ୍କୁ ପରଷନ୍ତୁ ମୁଆଁ ପିଠା।

The post ରଜ ସ୍ପେଶାଲ: ଘରେ କରନ୍ତୁ ସୁଆଦିଆ ମୁଆଁ ପିଠା appeared first on Odisha Reporter.



from Odisha Reporter https://ift.tt/3vlOiCs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages