ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ !

ଦେବଗଡ଼(ସିଦ୍ଧାର୍ଥ ଗୁରୁ) ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି।   ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ । ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ  ।

ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି।  ବର୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ସ୍ୱଭାବିକ ଜୀବନ ଜାବନ କରୁଛନ୍ତି।  ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୦ ତାରିଖରେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖ ଦିନ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ। ସେ ନିଜ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସଂକ୍ରମଣର ୨୦ ଦିନ ପରେ ସେ ସୁସ୍ଥ ଅନୁଭବ କରିବାରୁ ହୋମ ଆଇସୋଲେସନରୁ ବାହାରି ଲୋକଙ୍କ ସହିତ ମିଳାମିଶା କରିଥିଲେ। ତାଙ୍କ କହିବା ଅନୁଯାୟୀ ଗତ ୨୬ ତାରିଖ ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତାଙ୍କ ଘରକୁ ଯାଇ ଡେଲଟା ପ୍ଲସରେ ସେ ସଂକ୍ରମିତ ଥିବା ସୂଚନା ଦେବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେବାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ଥିଲା । ମାତ୍ର ଆଜିକୁ ୨ ଦିନ ହୋଇଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମ ସାମ୍ନାରେ  ମୁହଁ ଖୋଲୁ ନଥିଲ। ତେବେ ପରେ  ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବସାଲୋଇ ଗ୍ରାମର ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିଲା। ସେ ଏବେ ସୁସ୍ଥ ଅଛନ୍ତି।

The post ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ ! appeared first on Odisha Reporter.



from Odisha Reporter https://ift.tt/3A3cZY1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages