କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସିଠୋଳା ପଂଚାୟତରୁ ଏକାଥରେ ଚିହ୍ନଟ ହେଲେ ୧୫୦ ପଜିଟିଭ। ଏହା ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ କଟକ ଜିଲ୍ଲା ନିଆଳି ସିଠୋଳା ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଏହି ସମୟରେ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଚାଲୁ ରହିବ । ବାହାର ଅଂଚଳର କୌଣସି ଗାଡି କିମ୍ବା ବ୍ୟକ୍ତି ସିଠୋଳା ବଜାରରେ ଅଟକିବେ ନାହିଁ ।
ମେଡିସିନ ଦୋକାନ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଖୋଲିବା ସହ କୋଭିଡ୍ ନିୟମ ପାଳନ କରିବେ । କଟକ ସିଠୋଳା ବଜାର ଉପରେ ୪ଟି ପଂଚାୟତର ଲୋକମାନେ ନିର୍ଭର କରିଥାନ୍ତି ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟରେ ତଳମୁହାଁ ଥିବା କରୋନା ଗ୍ରାଫ ଆଜି ପୁଣି ହଠାତ୍ ଉପରମୁହାଁ ହୋଇଛି। ଆଜି ରାଜ୍ୟରେ ୩୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୪୬।
The post ଗୋଟିଏ ପଞ୍ଚାୟତରେ ୧୫୦ ପଜିଟିଭ ଚିହ୍ନଟ, ଲାଗୁ ହେଲା କଟକଣା appeared first on Odisha Reporter.
from Odisha Reporter https://ift.tt/3zRvqyQ
No comments:
Post a Comment