ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏଭଳି କରି କେନ୍ଦ୍ରର ଶାସକ ଦଳ ବଡ଼ ସଫଳତା ହାସଲ କରିଛି। କେନ୍ଦ୍ରର ଏହି ପଦକ୍ଷେପକୁ ସାରା ଦେଶରେ ମଧ୍ୟ ସମର୍ଥନ ମିଳିଛି। କିନ୍ତୁ ଜମ୍ମୁ କଶ୍ମୀରରେ ଏହାକୁ ନେଇ ରାଜନୀତିକ ଦଳ ମଧ୍ୟରେ ଏବେ ବି ମତ ପାର୍ଥକ୍ୟ ରହିଛି। କେନ୍ଦ୍ରର ଏହି ପଦକ୍ଷେପେକୁ ବେଆଇନ ବୋଲି ଯୁକ୍ତି ବାଢ଼ିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ତେଣୁ ପୁଣିଥରେ ଏହି ଧାରା ୩୭୦କୁ ଲାଗୁ କରିବା ଦରକାର ବୋଲି ମୁଫତି ଦାବି କରିଛନ୍ତି। ଆସନ୍ତାକାଲି (ଜୁନ୍ ୨୪)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କଶ୍ମୀରର ସମସ୍ତ ରାଜନୀତିକ ଦଳ ସହ ବୈଠକ କରିବା ପୂର୍ବରୁ ମୁଫତି ‘ହିନ୍ଦୁସ୍ଥାନ ଟାଇମ୍ସ’କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ଧାରା ୩୭୦ ଉଚ୍ଛେଦ ପରେ ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ଆତଙ୍କବାଦ ଭଳି ଦେଖାଯାଉଛି ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦି କେବଳ ଜଣେ ବ୍ୟକ୍ତି ନୁହଁନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପଦ ପ୍ରତି ତାଙ୍କର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ହେଲେ ଅଗଷ୍ଟ ୨୦୧୯ରେ ଯାହା ଘଟିଲା ତାହା ଗ୍ରହଣୀୟ ନୁହେଁ ବୋଲି ମୁଫତି କହିଛନ୍ତି। ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ହଟାଇ କେନ୍ଦ୍ର ସମ୍ୱିଧାନ ବିରୋଧରେ ନିଷ୍ପତ୍ତି ନେଇଛି। ଧାରା ୩୭୦ ଏକ ଏକ ସେତୁ ଥିଲା ଯାହାକି ଭାରତର ଅବଶିଷ୍ଟ ଦେଶ ସହିତ ସଂଯୁକ୍ତ ହୋଇ ପାରୁଥିଲା। ତେଣୁ ଆମେ ଏହି ଧାରା ୩୭୦କୁ ଆଉ ଥରେ ଲାଗୁ କରାଯାଉ ବୋଲି ସେ ଦାବି କରିଛନ୍ତି।
ମେହବୁବା ଆହୁରି କହିଛନ୍ତି ଯେ ଦେଶ ବିଜେପିର ନିର୍ବାଚନୀ ଇସ୍ତାହାର ଦ୍ୱାରା ଚାଲିପାରିବନି। ସମ୍ବିଧାନର ନିୟମ ଅନୁସାରେ ଏହା ଚାଲିବ। ସେ କହିଛନ୍ତି ତେଣୁ ଯାହା ହୋଇଛି ତାହା ବିଜେପିର ନିଷ୍ପତ୍ତି। ଏହା ଅସାମ୍ୱିଧାନିକ। ଯଦି ଧାରା ୩୭୦ ଏବଂ ୩୫ଏ ପୁଣିଥରେ ଲାଗୁ ନେହ ତାହେଲେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଏହି ସାକ୍ଷାତକାରରେ ମୁଫତି କହିଛନ୍ତି।
ଯିଏ ଏବେ ଏହା ବିରୋଧରେ ମୁହଁ ଖୋଲିବ ତା ବିରୋଧରେ ସିଭିଲ୍ ଡିଫେନ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଉଛି। ଯଦି ତାଲିବାନ ସହ କଥାବାର୍ତ୍ତା କରିବାକୁ ସରକାର ଚିନ୍ତା କରିପାରୁଛନ୍ତି ତାହେଲେ ନିଜ ଲୋକଙ୍କ ସହ କଥା କାହିଁକି ନୁହଁ ବୋଲି ମୁଫତି କହିଛନ୍ତି।
ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି କେନ୍ଦ୍ର। ଏଥିସହ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକା ଲଗାଇବା ଉପରେ ରୋକ୍ ଲଗାଯାଇଛି। ଯାହାକି ଧାରା ୩୭୦ ଏବଂ ୩୫ଏ ଲାଗୁ ବେଳେ ବ୍ୟବହାର ହେଉଥିଲା।
The post ମୁଫତିଙ୍କ ପଣ, ଧାରା ୩୭୦ ଉଚ୍ଛେଦ ନହେଲା ଯାଏ ନିର୍ବାଚନ ଲଢ଼ିବେନି appeared first on Odisha Reporter.
from Odisha Reporter https://ift.tt/3xI0MpE
No comments:
Post a Comment