ଘାଇଲା କଲେ କିୱି ପେସର୍, ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୨୧୧/୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଘାଇଲା କଲେ କିୱି ପେସର୍, ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୨୧୧/୭

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଭାରତୀୟ ବ୍ୟାଟିଂ ଲାଇନଅପ୍ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ଜବରଦସ୍ତ ଫର୍ମରେ ଥିବା ନ୍ୟୁଜିଲ୍ୟାଣ୍ଡ୍ ପେସ୍ ଆଟାକ୍ ପୁଣିଥରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଦିବସ ତୁଳନାରେ ଆଜି ତୃତୀୟ ଦିବସରେ ପିଚ୍ ପେସ୍ ବୋଲରଙ୍କୁ ଅଧିକ ସୁହାଇଛି। ପୂର୍ବଦିନର ସ୍କୋର ୩ ୱିକେଟରେ ୧୪୬ ରନରୁ ଖେଳ ଆରମ୍ଭ କରିଥିବା ଭାରତ ତୃତୀୟ ଦିବସରେ ମଧ୍ୟାହ୍ନ ଭୋଜନ ସୁଦ୍ଧା ୭ ୱିକେଟ୍ ହରାଇ ୨୧୧ ରନ୍ କରିଛି। ରବୀନ୍ଦ୍ର ଜାଡେଜା ୧୫ ଓ ଈଶାନ୍ତ ଶର୍ମା ୨ ରନରେ ବ୍ୟାଟିଂ କରୁଛନ୍ତି।

ପ୍ରଥମ ସେସନରେ କିୱି ଟିମର ବୋଲର ମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ। ବିଶେଷ କରି ଯୁବ ପେସର୍ କାଇଲ୍ ଜେମିସନ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ନିଜ ଜାଲରେ ଫସାଇ ଥିଲେ। କୋହଲି ୪୪ ରନ୍ କରିଥିବା ବେଳେ ଜେମିସନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୪) ମଧ୍ୟ ନିରାଶ କରିଥିଲେ। ଜେମିସନଙ୍କ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ପନ୍ତ ସ୍ଲିପରେ ଟମ୍ ଲାଥମଙ୍କ ଦ୍ୱାରା ଧରା ପଡ଼ିଥିଲେ।

ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଭଲ ଟଚରେ ଥିଲେ। କିନ୍ତୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ ସ୍ପେଶାଲିଷ୍ଟ ନିଲ ୱାଗନର୍ କହି କହି ଆଉଟ୍ କରିଥିଲେ। ରାହାଣେ ବ୍ୟକ୍ତିଗତ ୪୯ ରନ୍ କରିଥିବା ବେଳେ ୱାଗନରଙ୍କ ବଲକୁ ସ୍କୋୟାର୍ ଲେଗକୁ ମାରିଥିଲେ, କିନ୍ତୁ ସେଠାରେ ଫିଲ୍ଡିଂ କରୁଥିବା ଲାଥମ ଏହାକୁ କ୍ୟାଚ୍ କରିନେଇଥିଲେ। ଏଥିସହ ରାହାଣେ ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ।

ରବିଚନ୍ଦ୍ରନ୍ ଅଶ୍ୱିନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ସେ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇବାରେ ସଫଳ ହୋଇଥିଲେ ଟିମ୍ ସାଉଦୀ। ଅଶ୍ୱିନ୍ ୨୭ ବଲରେ ୩ ଚୌକା ସହ ୨୨ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଜେମିସନ୍ ୩ଟି, ନିଲ୍ ୱାଗନର୍ ୨ଟି, ସାଉଦୀ ଓ ବୋଲ୍ଟ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

The post ଘାଇଲା କଲେ କିୱି ପେସର୍, ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୨୧୧/୭ appeared first on Odisha Reporter.



from Odisha Reporter https://ift.tt/3vHKhbU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages