‘କରୋନା ବେଳେ ଯୋଗ ଆଶାର କିରଣ ସାଜିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

‘କରୋନା ବେଳେ ଯୋଗ ଆଶାର କିରଣ ସାଜିଛି’

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଭାରତ ସମେତ ଏକାଧିକ ଦେଶରେ ଆଜି ଅନ୍ତର୍ଜତୀୟ ଯୋଗ ଦିବସ ପାଳନ କରାଯାଇଛି। ୭ମ ଅନ୍ତର୍ଜାତୀୟ ଯୋଗ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମହାମାରୀ ସମୟରେ ଯୋଗ କେମିତି ସୁସ୍ଥ ରହିବାକୁ ଅସ୍ତ୍ର ସାଜିଛି, ସେ ବିଷୟରେ ମୋଦି ଦେଶବାସୀଙ୍କୁ ବୁଝାଇଛନ୍ତି। ଏଥିସହ ଯୋଗକୁ ବିଶ୍ୱର ସବୁ କୋଣରେ ପହଞ୍ଚଇବାକୁ ସମସ୍ତେ ଚେଷ୍ଟା କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।

ସେ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏବେ ଏମ-ଯୋଗ ଆପ୍‌ ଆରମ୍ଭ ହେବ। ଏଥିରେ ବିଭିନ୍ନ ଯୋଗର ତାଲିମ ଭିଡିଓ ବିଶ୍ୱର ସବୁ ପ୍ରାନ୍ତରେ ଭିନ୍ନଭିନ୍ନ ଭାଷରେ ଲୋକଙ୍କ ପାଖରେ ପହଞ୍ଚା ଯିବ।

ଏହା ଆମର ‘ୱାନ ୱାର୍ଲ୍ଡ, ୱାନ ହେଲ୍ଥ’ ଲକ୍ଷ୍ୟକୁ ପୂରଣ କରିବ। ଆମ ସମସ୍ତଙ୍କୁ ଯୋଗ କେମିତି ବିଶ୍ୱର ପ୍ରତିଟି କୋଣଅନୁକୋଣରେ ପହଞ୍ଚିବ, ସେଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପଡ଼ିବ। ସବୁ ବୟସର ଲୋକଙ୍କ ପାଇଁ ଯୋଗ ସମାଧାନର ବାଟ ଭାବେ ଉଭା ହୋଇଛି।

ଆଧୁନିକ ଯୁଗର ଟେକ୍ନୋଲଜି ଓ ପ୍ରାଚୀନ ପରମ୍ପରାର ମିଶ୍ରଣ ସମସ୍ତଙ୍କୁ ଲାଭ ଦେବ। ଯୋଗ ସବୁବେଳେ ତା’ର ସକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପକାଇ ଚାଲିଛି। ଯୋଗ ଆମକୁ ନେଗେଟିଭିଟିରୁ କ୍ରେଏଟିଭିଟି କରିଛି। ଆମ ମାନଙ୍କର ଇଚ୍ଛାଶକ୍ତି ସବୁ ପ୍ରକାରର ନକାରାତ୍ମକ ପ୍ରଭାବରୁ ଆମକୁ ମୁକ୍ତି ଦେଇଥାଏ। ପ୍ରାଣାୟମ ଓ ଅନ୍ୟ ଯୋଗ ବ୍ୟାୟାମ ଦ୍ୱାରା ଆମ ମଧ୍ୟରେ ଥିବା ଭଲ ଗୁଣକୁ ଆମେ ଚିହ୍ନଟ କରିପାରିଥାଉ।


ଆଜି ଯେତେବେଳେ ସାରା ବିଶ୍ୱ ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଯୋଗ ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ‘ସୁସ୍ଥତା ପାଇଁ ଯୋଗ’ ଥିମ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାୟମ କରିବାକୁ ଉତ୍ସାହିତ କରିଛି। ମୁଁ ସବୁ ରାଷ୍ଟ୍ର, ଧର୍ମ ଓ ବର୍ଗର ଲୋକ ସୁସ୍ଥ ରୁହନ୍ତୁ ବୋଲି ପ୍ରାର୍ଥନା କରୁଛି।

ଶ୍ୱାସକ୍ରିୟାକୁ ସଚଳ କରିବାରେ ଯୋଗ ବେଶ ଫାଇଦା ଦେଇଥାଏ। ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ସହାୟକ ହୋଇଥାଏ। କୋଭିଡି ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ସୁସ୍ଥ ହେବାରେ ଯୋଗର ଭୂମିକାକୁ ଭଲ ଭାବେ ବୁଝିଛନ୍ତି। ସେମାନେ ଲୋକଙ୍କୁ ଯୋଗ କରିବାକୁ ବୁଝାଉଛନ୍ତି। ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ମଧ୍ୟ ଯୋଗର ଉପକାରିତାକୁ ସ୍ୱୀକାର କାରିଛନ୍ତି। କରୋନା ମହାମାରୀ ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱକୁ ଫିକା କରିପାରି ନାହିଁ। ୨ ବର୍ଷ ହେଲା ବିଶ୍ୱରେ କୌଣସି ବଡ଼ ଇଭେଷ୍ଟ ଆୟୋଜନ ହୋଇନାହିଁ। କିନ୍ତୁ କେହି ବି ଏହି ସମୟରେ ଯୋଗକୁ ଭୁଲି ନାହାନ୍ତି ବୋଲି ମୋଦି କହିଛନ୍ତି।

ଆଜି ଭାରତ ସମେତ ପ୍ରାୟ ୧୭୦ରୁ ଅଧିକ ଦେଶରେ ଯୋଗ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଓ ଆମେରିକାର ଟାଇମ୍ସ ସ୍କୋୟେରରେ ମଧ୍ୟ ଲୋକମାନେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରିଛନ୍ତି। ରାମଦେବ ମଧ୍ୟ ହରିଦ୍ୱାରରେ ଯୋଗ କରି ଲୋକଙ୍କୁ ଉତ୍ସାହିତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ଯୋଗାଭ୍ୟାସ କରିଛନ୍ତି।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଯୋଗ କରିଥିବା ବେଳେ ଆଇଟିବିପି ଯବାନମାନେ ଘୋଡ଼ାମାନଙ୍କ ସହ ଲୋହିତପୁରରେ ଯୋଗାଭ୍ୟାସ କରିଛନ୍ତି।

The post ‘କରୋନା ବେଳେ ଯୋଗ ଆଶାର କିରଣ ସାଜିଛି’ appeared first on Odisha Reporter.



from Odisha Reporter https://ift.tt/35EIsSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages