ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): କରୋନା ପୁଣି ଦୁଇଜଣ ପିଲାଙ୍କୁ କରିଦେଇଛି ଅନାଥ । ଛଡାଇ ନେଇଛି ବାପା ଓ ମାଙ୍କୁ । ଏଭଳି ହୃଦୟ ବିଦାରକ ଚିତ୍ର ଆସିଛି ବାଲେଶ୍ୱର ସହରରରୁ। ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ମାତ୍ର ୨୧ ଦିନ ପରେ ସ୍ତ୍ରୀ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇ ଆତ୍ମଅହତ୍ୟା କରିଦେଇଛନ୍ତି। ଏବେ ତାଙ୍କର ଦୁଇ ପୁଅ ଝିଅ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ବାଲେଶ୍ୱର ସହରର ମାଣିଖମ୍ବର ଏଇ ଦୁଇଜଣ ଛୋଟ ପିଲା ଏବେ ବେସାହାରା ହୋଇପଡ଼ିଛନ୍ତି।
ଗତ ମେ’ ମାସ ୧୫ ତାରିଖରେ ସେମାନଙ୍କ ବାପା ରାଜେଶ୍ କୁମାର ସିଂ କରୋନାରେ ମୃତ୍ୟୁ ବରଣ କରିଥିଲେ। ସେ ମୃତ୍ୟୁ ବରଣ କରିବାର ୨୧ ଦିନ ପରେ ସ୍ୱାମୀଙ୍କ ଝୁରି ଝୁରି ସ୍ତ୍ରୀ ଜୁଲି ସିଂ ଆତ୍ମହତ୍ୟା କରିଦେଇଥିଛନ୍ତି । ଦୁହେଁ ଦୁହିଁକୁ ଭଲ ପାଇ ବାହା ହୋଇଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜୀବନ ପାଇଁ ସାଥୀ ହୋଇ ଚାଲିବା ପାଇଁ ଶପଥ ନେଇଥିଲେ। ସେଥିପାଇଁ ବୋଧେ ଜଣେ ଯିବାର ମାତ୍ର ଦିନ କେଇଟା ଯାଇନି ଆଉ ଜଣେ ଚାଲିଗଲେ। ହେଲେ ଦୁଇ ପିଲାଙ୍କୁ ଏକା କରି ଛାଡ଼ି ଚାଲିଗଲେ। ପୁଅ ବୋହୂଙ୍କ ଦୁଃଖ ଆଉ ଦୁଇ ନାତିନାତୁଣିଙ୍କ କଥା ଭାବି ଚିନ୍ତାରେ ବୁଢା ବାପା- ମା। କେମିତି ପିଲାଙ୍କୁ ବଢାଇବେ, କେମିତି ସେମାନଙ୍କ କଥା ବୁଝିବେ ସେହି ଚିନ୍ତା ଘାରିଛି ।
ରାଜେଶ ଜଣେ ଭଲ ହୋମିଓପାଥି ଡାକ୍ତର ଥିଲେ । ସେ କେନ୍ଦୁଝରରେ ଡାକ୍ତର ପାଠ ପଢୁଥିବା ବେଳେ ଜୁଲିଙ୍କୁ ଭଲପାଇ ବିବାହ କରିଥିଲେ । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ କେହି କେହାକୁ ଛାଡି ଏକୁଟିଆ ରହୁନଥିଲେ । ତାଙ୍କ ଆବର୍ତ୍ତମାନରେ ଏଇ ଫଟୋ ହିଁ ବୟାନ୍ କରୁଛି ସେମାନେ ଏବେବି ପରସ୍ପରଠାରୁ ଅଲଗା ହୋଇନାହାଁନ୍ତି । ହେଲେ ଦୁଇଜଣ ପିଲା ଯେମିତି ସେମାନଙ୍କୁ ହରାଇ ଏକୁଟିଆ ହୋଇଯାଇଛନ୍ତି। ମାତ୍ର ୭ ବର୍ଷର ପୁଅ ଆଦିତ୍ୟ ଓ ୧୩ ବର୍ଷର ଝିଅ ରିତୁକ୍ରିଷ୍ଣା ଏବେ କନଭେଣ୍ଟ ସ୍କୁଲରେ ପାଠ ପଢୁଛନ୍ତି । ସେମାନଙ୍କ କଥା ବୁଝୁଥିଲେ ତାଙ୍କ ବାପା-ମା । ହେଲେ ସେମାନେ କଣ ଜାଣିଥିଲେ ବାପାଙ୍କ ପରେ ପରେ ମା’ ବି ଚାଲିଯିବେ ବୋଲି । ଜେବେପରେଶ ସିଂ ଅବସର ନେବା ପରେ ସେ ବି ଖୁବ୍ କମ ଟଙ୍କା ପେନସନ ପାଉଛନ୍ତି । ରୋଜଗାରିଆ ପୁଅ ଘରଦ୍ୱାର ସବୁ କିଛି କରିଥିଲା । ହେଲେ ସେ ଚାଲିଯିବାପରେ ବେସାହାର ହୋଇପଡିଛନ୍ତି ଦୁହେଁ ବୃଦ୍ଧବୃଦ୍ଧା।
ନାତି ନାତୁଣୀଙ୍କୁ କେମିତି ବଡ କରିବେ ସେ ଚିନ୍ତା ଘାରିଛି । ତାଙ୍କୁ ଏହି ଦୁଃଖଦ ଖବର ଜଣାପଡିବାପରେ ସ୍ଥାନୀୟ ବିଧାୟକ ତାଙ୍କ ଘରକୁ ଯାଇ ଦୁଇ ପିଲାଙ୍କ ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହଛଡା ଦୁଇ ପିଲାଙ୍କୁ ସରକାରୀ ସାହାଯ୍ୟରେ ଅନ୍ତର୍ଭୃକ୍ତ କରିବାପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।
କରୋନାର ଦାରୁଣ ଦଃଖ ଛନ୍ଦି ଦେଇଛି ପରେଶ ସିଂଙ୍କ ପରିବାରକୁ । ପରିଣତ ବୟସରେପୁଅ ବୋହୂଙ୍କ ବିୟୋଗର କଥା ଭାବି ବୃଦ୍ଧ ବାପାଙ୍କ ଆଖି ଛଳ ଛଳ ହୋଇପଡୁଛି। ଅବସର ପରେ ଯିଏ ଭାବିଥିଲେ ତାଙ୍କ ଉପରେ ଆଉ ବୋଝ ନାହିଁ ଏବେ ପୁଣି ପରିବାର ବୋଝ ତାଙ୍କ ମୁଣ୍ଡ ଉପରେ । କେମିତି ବଞ୍ଚିବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି।
The post ହୃଦୟ ବିଦାରକ: ଆଉ ଏ କେକ୍ କଟାର ଦିନ ଆସିବନି… appeared first on Odisha Reporter.
from Odisha Reporter https://ift.tt/3xxZjlI
No comments:
Post a Comment