ରାତିରେ ମଦୁଆଙ୍କ ଉତ୍ପାତ: ଓଟିଭିର ସାମ୍ୱାଦିକଙ୍କୁ ଆକ୍ରମଣ, ଆଗୁଆ ଶୋଇ ପଡ଼ୁଛି କମିଶନରେଟ୍ ପୁୁଲିସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

ରାତିରେ ମଦୁଆଙ୍କ ଉତ୍ପାତ: ଓଟିଭିର ସାମ୍ୱାଦିକଙ୍କୁ ଆକ୍ରମଣ, ଆଗୁଆ ଶୋଇ ପଡ଼ୁଛି କମିଶନରେଟ୍ ପୁୁଲିସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବିଳମ୍ୱିତ ରାତିରେ ଓଟିଭିର ସାମ୍ୱାଦିକ ନିତେଶ ସାହୁ ଘରକୁ ଫେରିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଜୟଦେବ ବିହାର ଓ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଥିବା ଏକ ମଣ୍ଡପ ଆଗରେ କିଛି ମଦୁଆ ଓ ଅସାମାଜିକ ବ୍ୟକ୍ତି ନିତେଶଙ୍କୁ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସହଯୋଗ ପାଇଁ ନିତେଶ ପିସିଆରକୁ କଲ୍ କରିଥିଲେ। କିନ୍ତୁ ପୁଲିସ ଠିକ୍ ସମୟରେ ପହଞ୍ଚିପାରି ନଥିବା ସେ କହିଛନ୍ତି। ରବିବାର ଶଟଡାଉନ ଥିବା ବେଳେ ଏପରି ଅସାମାଜିକ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ପୁଲିସ କ’ଣ କରୁଥିଲା ତାହା ଏବେ ବଡ଼ ପ୍ରଶ୍ନ?

ନିତେଶ କହିଛନ୍ତି ସେ ଓଟିଭିରୁ ସେ ତାଙ୍କ କାମ ସାରି ଘରକୁ ଫେରୁଥିଲେ। ଜୟଦେବ ବିହାର ଓଭର ବ୍ରିଜ ଅତିକ୍ରମ କରିବା ପରେ ହଠାତ୍ ଏକ ପଲସର ଆସିଥିଲା। ନିତେଶ ଯାଉଥିବା ବେଳେ ତାଙ୍କ ଗାଡ଼ି ପାଖକୁ ଆସି ଦୁର୍ଘଟଣାର ଆଶଙ୍କା ତିଆରି କରିଥିଲା ସେହି ପଲସର ଚାଳକ। ଯାହାର ସ୍ୱଭାବ ମଦୁଆଙ୍କ ଭଳି ଲାଗୁଥିଲା ବୋଲି ନିତେଶ କହିଛନ୍ତି। ପରେ ଏଭଳି କାହିଁକି ଗାଡ଼ି ଚଳାଉଛ ବୋଲି ନିତେଶ କହିବାରୁ ସଂପୃକ୍ତ ପଲସର ଚାଳକ ହଠାତ୍ ରାସ୍ତା ମଝିରେ ଗାଡ଼ି ରଖି ନିତେଶଙ୍କୁ ଅଟକାଇଥିଲେ। ଏହାପରେ ନିତେଶ ପିସିଆରକୁ ୧୧.୨୧ ଘଣ୍ଟାରେ କଲ୍ କରିଥିଲେ। ସହଯୋଗର ଆବଶ୍ୟକତା ଅଛି ବୋଲି ଜଣାଇଥିଲେ କଣ୍ଟ୍ରୋଲ ରୁମକୁ। ଏକ ମିନିଟ ୧ ସେକେଣ୍ଡର ଏହି କଲ ଥିଲା ନିତେଶଙ୍କର। ଏହି ସମୟରେ ସଂପୃକ୍ତ ବ୍ୟକ୍ତି କିଛି ଲୋକଙ୍କୁ ଡକାଇଥିଲା। ଆଉ ଗୋଟିଏ ଦୁଇ ମିନିଟ୍ ମଧ୍ୟରେ ଆଉ କିଛି ଯୁବକ ପହଞ୍ଚିଥିଲେ। ଏହାପରେ ନିତେଶ ସଂପୃକ୍ତ ପଲସର ଗାଡ଼ିର ନମ୍ୱର ଟିପିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହିତ ଆଇ କାର୍ଡ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ।

ଏହାରି ଭିତରେ ୧୧ଟା ୨୮ ମିନିଟରେ ମଧ୍ୟ ନିତେଶ ପିସିଆରକୁ କଲ୍ କରିଥିଲେ ଜବାବ ଆସିଥିଲା ହଁ ଯାଉଛନ୍ତି। ପରେ ନିତେଶ ସ୍ଥାନୀୟ ବାସିନ୍ଦା ଏବଂ ଓଟିଭିର ସାମ୍ୱାଦିକ ଜାଣିବା ପରେ ଦୁର୍ବୃତ୍ତଙ୍କ ନିଶାର ପାରା କମିଯାଇଥିଲା। ଏମିତିକି ମୋବାଇଲ୍ ଫେରାଇ ଦେଇ ରାସ୍ତା ଛାଡ଼ି ଦେଇଥିଲେ। ପରେ ୧୧ଟା ୨୯ ମିନିଟରେ ନିତେଶ ରାଜଭବନ ପାଖରେ ପହଞ୍ଚିବା ପରେ ପିସିଆରକୁ କଲ୍ କରି ପାଖାପାଖି ୨ ମିନିଟ୍ ୫୪ ସେକେଣ୍ଡ କଥା ହୋଇ ସମସ୍ତ କଥା ଜଣାଇଥିଲେ। ତେବେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାଙ୍କୁ ଜଣା।

ଯଦି ରାଜଧାନୀରେ କମିଶନରେଟ ପୁଲିସର ସୁରକ୍ଷା ଭିତରେ ଦୁର୍ବୃତ୍ତ ଶଟଡାଉନ ନିୟମ ଭାଙ୍ଗି ଏଭଳି ଉତ୍ପାତ କରିବେ ତାହେଲେ ପୁୁଲିସର ପାଟ୍ରୋଲିଂ ବ୍ୟବସ୍ଥା ଯେ ହୁଗୁଳା ଥିବା ବେଶ୍‌ ସ୍ପଷ୍ଟ।

The post ରାତିରେ ମଦୁଆଙ୍କ ଉତ୍ପାତ: ଓଟିଭିର ସାମ୍ୱାଦିକଙ୍କୁ ଆକ୍ରମଣ, ଆଗୁଆ ଶୋଇ ପଡ଼ୁଛି କମିଶନରେଟ୍ ପୁୁଲିସ! appeared first on Odisha Reporter.



from Odisha Reporter https://ift.tt/2SeWerM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages