ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ରାଜ୍ୟ ନିମନ୍ତେ ସଂଶୋଧିତ ଭାରତ ନେଟ୍ କାର୍ଯ୍ୟକାରୀ କରିବାକୁ ରଣନୀତି ଅନୁମୋଦିତ ହୋଇଛି। ଏହା ସରକାରୀ ଓ ଘରୋଇ ଭାଗିଦାରୀତାରେ କାର୍ଯ୍ୟକାରୀ କରାଯିବ । ଏହି ସବୁ ରାଜ୍ୟର ଗ୍ରାମପଞ୍ଚାୟତ ବାହାରେ ମଧ୍ୟ ଅନ୍ୟାନ୍ୟ ଜନବସତିପୂର୍ଣ୍ଣ ଗ୍ରାମକୁ ଭାରତ ନେଟ୍ ସମ୍ପ୍ରସାରିତ ହେବ। ଏହି ସଂଶୋଧିତ ରଣନୀତିରେ ଉନ୍ନୀତକରଣ, ନିର୍ମାଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣର କାର୍ଯ୍ୟ ପ୍ରତିଯୋଗିତାମୂଳକ ଆର୍ନ୍ତଜାତିକ ନିଲାମ ଦ୍ୱାରା ବଛାଯାଉଥିବା ଏହାର ଭାରପ୍ରାପ୍ତ ସଂସ୍ଥାର ମଧ୍ୟ ବ୍ୟବସ୍ଥା ରଖାଯାଇଛି। ଏଥିପାଇଁ ସର୍ବାଧିକ ପିପିପି ମଡେଲ ପାଣ୍ଠି ୧୯, ୦୪୧ କୋଟି ଟଙ୍କା ରଖାଯାଇଛି।
ଯେଉଁ ରାଜ୍ୟଗୁଡିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି, ସେଗୁଡିକ ହେଲା କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ । ଏଥିରେ ୩ଲକ୍ଷ ୬୧ହଜାର ଗ୍ରାମ (ଗ୍ରାମପଞ୍ଚାୟତ) ସହିତ ଅନ୍ତର୍ଭୁକ୍ତ ହେବ ।
ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନବସତି ପୂର୍ଣ୍ଣ ଗ୍ରାମଗୁଡିକୁ ଭାରତ ନେଟ୍ ସମ୍ପ୍ରସାରଣ ପାଇଁ କ୍ୟାବିନେଟ୍ ନୀତିଗତ ନିଷ୍ପତ୍ତି ନେଇଛି । ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଦୂରସଂଚାର ମନ୍ତ୍ରଣାଳୟ ନୀତି ନିର୍ଦ୍ଧାରଣ କରିବ ।
ଏହି ପିପିପି ମଡେଲରେ ଘରୋଇ କ୍ଷେତ୍ରର ଉପସ୍ଥିତି ଯୋଗୁଁ ରକ୍ଷଣାବେକ୍ଷଣ କାର୍ଯ୍ୟକାରିତା ଓ ଉପଯୋଗିତାର ଦକ୍ଷତା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଁ ଭାରତ ନେଟ ଅଧିକ ସଶକ୍ତ ହେବ । ନିର୍ବାଚିତ ଘରୋଇ କ୍ଷେତ୍ର ଅଂଶୀଦାର, ପୂର୍ବ ନିର୍ଦ୍ଦାରିତ ସେବାସ୍ତରୀୟ ରାଜିନାମା(ଏସଏଲଏ) ଯୋଗୁଁ ଅଧିକ ନିର୍ଭରଯୋଗ୍ୟ, ଦୃତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ଆଶା କରାଯାଉଛି ।
ଜନବସତି ଅଧୁଷିତ ଗ୍ରାମଗୁଡିକୁ ନିର୍ଭରଯୋଗ୍ୟ, ଗୁଣାତ୍ମକ ଓ ଦ୍ରୁତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯୋଗାଉଥିବା ଇ-ସେବା ମଧ୍ୟ ସହଜରେ ଉପଲବ୍ଧ ହେବ । ଏହା ଦ୍ୱାରା ଅନଲାଇନ ଶିକ୍ଷା, ଟେଲି ମେଡିସିନ୍, କୌଶଳ ବିକାଶ, ଇ-କମର୍ସ ଓ ବ୍ରଡବ୍ୟାଣ୍ଡ ଜନିତ ଅନ୍ୟାନ୍ୟ ବ୍ୟବହାର ମଧ୍ୟ ସୁବିଧାଜନକ ହେବ । ଏହା ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡର ଦୃତ ବିସ୍ତାର ଯୋଗୁଁ ଗ୍ରାମ-ସହର ମଧ୍ୟରେ ଦୂରତା ସଙ୍କୁଚିତ ହେବା ସହ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଁ ଡିଜିଟାଲ ଇଣ୍ଡିଆ ସଫଳତାକୁ ଅଧିକ ଗତି ପ୍ରଦାନ କରିବ ।
କେବଳ ସେତିକି ନୁହେଁ ଏହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ଓ ଆୟବୃଦ୍ଧି ମଧ୍ୟ ଘଟିବ ବୋଲି ସରକାର ଆଶାବାଦୀ ରହିଛନ୍ତି।
The post ଘରେ ଘରେ ପହଞ୍ଚିବ ଫାଇବର ଇଣ୍ଟରନେଟ୍, ଭାରତ ନେଟ ସଂଯୋଗ ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/2SCl1WO
No comments:
Post a Comment