ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପୁଲିସ୍ ହିଟ୍ଲିଷ୍ଟରେ ଥିଲେ ୨ ହାର୍ଡକୋର ଡକାୟତ। ଉଭୟଙ୍କୁ ଧରିବାକୁ ପୁଲିସ୍ ନୟାନ୍ତ ହେଉଥିବା ବେଳେ ସେମାନେ କିନ୍ତୁ ଚକମା ଦେଇ ଖସି ପଳାଉଥିଲେ। ହେଲେ ସବୁଦିନ ସମାନ ଯାଏନି। ପୁଲିସ୍ ଧରିବା ଆଗରୁ ଧରାଇଦେଲା ଦୁର୍ଘଟଣା। ଦୁର୍ଘଟଣାର ଶିକାର ୨ ଗାଡ଼ି ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍ ଜିମା ଦେଇଛନ୍ତି। ଏପରି ଘଟଣା ଗତକାଲି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ମୁକୁନ୍ଦପୁର ଛକରେ ଘଟିଛି।
ଗତକାଲି ଅପରାହ୍ନରେ ଦୁଇ ବାଇକ୍ ଲୁଟେରା ତୁଷୁରା ଥାନା ପାରକେଲ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି କରି ଫେରାର ହୋଇ ଯାଉଥିଲେ। ଦୃତ ଗତିରେ ଯାଉଥିବାରୁ ପୁଇଁନ୍ତଲା ଥାନା ମୁକୁନ୍ଦପୁର ଛକଠାରେ ଲୁଟେରାମାନେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଆଖପାଖ ଅଞ୍ଚଳ ଲୋକ ରୁଣ୍ଡ ହୋଇ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ।
ମାତ୍ର ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିବାରୁ ଅପରାଧି ବୋଲି ସନ୍ଦେହ କରି ସେମାନଙ୍କୁ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ । ପଚରାଉଚରା କରିବାରୁ ସେମାନେ ବାଇକ୍ ଲୁଟ୍ କରି ଫେରାର ହୋଇଯାଉଥିବା ଜଣାପଡ଼ିଥିଲା। ଉତ୍ତ୍ୟକ୍ତ ଗାଁ ଲୋକ ଉଭୟଙ୍କୁ ନିର୍ଧୂମ ଛେଚିଥିଲେ ।
ଖବର ପାଇ ପୁଇଁନ୍ତଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଉଦ୍ଧାର ଜରିବା ସହ ଥାନାରେ ଅଟକ ରଖିଛି । ଦୁଇଜଣଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ସଂଗୀନ ମାମଲା ଥିବା ଜଣାପଡିଛି । ଉଭୟଙ୍କ ଘର ସଇଁନ୍ତଲା ଥାନା ବରମୁଡ ଗାଁରେ । ପୋଲିସ ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରୀ ରଖିଛି।
The post ପୁଲିସ୍ ଧରିବା ଆଗରୁ ଧରାଇ ଦେଲା ଦୁର୍ଘଟଣା appeared first on Odisha Reporter.
from Odisha Reporter https://ift.tt/3ybwmMN
No comments:
Post a Comment