ଚାପି ଦେଲା ଟ୍ରକ୍‌: କାକା,ପୁତୁରାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

ଚାପି ଦେଲା ଟ୍ରକ୍‌: କାକା,ପୁତୁରାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସିରିଜ୍ ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ସଂପର୍କରେ କାକା-ପୁତୁରା। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାଦାମପାହାଡ଼ରୁ ଲୁହାପଥର ନେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‌ ତିରିଂ ଥାନା ଅନ୍ତର୍ଗତ ବଡ଼ଡ଼ାଳିମା ଗାଁରେ ଦୁଇ ଜଣ ଯୁବକଙ୍କୁ ଚାପି ଦେଇଥିଲେ।

ମୃତ ଯୁବକ ଦ୍ୱୟ ହେଲେ ସିପୁ ବିହାରୀ (୧୬) ଓ ତାଙ୍କ କାକା ତରଣୀ ବିହାରୀ (୨୪)। ଏ ଦୁହେଁ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଚାପି ଦେଇ ଚାଲି ଯାଇଥିଲା। ସିପୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତରଣୀଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କା ବି ମୃତ୍ୟୁ ଘଟିଥିଲା।

ବଡ଼ଡ଼ାଳିମାରେ ଦୁର୍ଘଟଣା ଘଟାଇବା ପରେ ଏହି ଟ୍ରକ୍‌ଟି ତିରିଂ ସୀମାନ୍ତ କୋବାଲୀ ଥାନା ଅନ୍ତର୍ଗତ ବାଲିଡିହ ଠାରେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ବେରା ନାଏକ। ସେ ବହଳଦା ଅଞ୍ଚଳର ବୋଲି ଜଣାପଡ଼ିଛି। ଏଠାରେ ଟ୍ରକ୍‌ଟି ବାଇକ୍‌ ଆରୋହୀଙ୍କୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। କୋବାଲୀ ଥାନା ପୁଲିସ୍ ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ସକାଳେ ବଡ଼ଡ଼ାଳିମା ଗାଁରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସେମାନେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ୨୦୦ରୁ ଅଧିକ ଲୁହାପଥର ବୋଝେଇ ଟ୍ରକ୍ ଅଟକ ରହିଥିବା ବେଳେ ଲୋକେ କିଛି ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ସେମାନେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ତିରିଂ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

The post ଚାପି ଦେଲା ଟ୍ରକ୍‌: କାକା,ପୁତୁରାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3plIvvy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages