‘ମୋଦି ସରକାର କରୋନାର ଦ୍ୱିତୀୟ ଲହରକୁ ଅଳ୍ପ ଦିନରେ ନିୟନ୍ତ୍ରଣ କରିଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

‘ମୋଦି ସରକାର କରୋନାର ଦ୍ୱିତୀୟ ଲହରକୁ ଅଳ୍ପ ଦିନରେ ନିୟନ୍ତ୍ରଣ କରିଛନ୍ତି’

ଅହମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଗୁଜୁରାଟରେ ଏକ ଯୁବ ସଂଗଠନ ଦ୍ୱାରା ସ୍ଥାପିତ ଅକ୍ସିଜେନ ପ୍ଲାଣ୍ଟକୁ ଭର୍ଚୁଆଲ ମିଡିଆରେ ଉଦଘାଟନ କରିଛନ୍ତି। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ବେଳେ କରୋନା ରୂପ ପରିବର୍ତ୍ତନ କରାଇବାରେ ଲାଗିଛି। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଛି। ସେ କହିଛନ୍ତି କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ମୋଦି ସରକାର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ବିଶ୍ୱର ଅନେକ ବିକଶିତ ଦେଶମାନଙ୍କୁ ଆମ ଦେଶ ସହିତ ତୁଳନା କରିବା ତାହେଲେ ଅନ୍ୟ ଦେଶ ଗୁଡ଼ିକରେ କରୋନା ବେଳେ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡିଛି। କିନ୍ତୁ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ବିରୋଧରେ ଲଢ଼େଇ ଜାରି ରହିଛି। ଦ୍ୱିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିବା ବେଳେ ଅନେକ ଡାକ୍ତରଖାନାରେ ଦୀର୍ଘ ସମୟ ରହିଲେ। ଦ୍ୱିତୀୟ ଲହରରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାରକୁ ଏହି ଅବସରରେ ସେ ସମବେଦନା ଜଣାଇଛନ୍ତି।

ଅମିତ ଶାହା କହିଛନ୍ତି ଯେ ଏହି ବିପର୍ଯ୍ୟୟରେ ଫ୍ରଣ୍ଟଲାଇନ କର୍ମଚାରୀ, ଡାକ୍ତର, ନର୍ସ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱେଚ୍ଛାସେବୀମାନେ ସମାଜ ତଥା ଅସୁସ୍ଥ ତଥା ଗରିବ ଲୋକଙ୍କ ପାଇଁ ଅନେକ କାମ କରିଛନ୍ତି। ସେମାନଙ୍କୁ ମଧ୍ୟ ଶାହ ଧନ୍ୟବାଦ ଦେଇଛନ୍ତି। ଶାହ କହିଛନ୍ତି ଯେ ଦେଶର ଅନେକ ସ୍ୱେଚ୍ଛାସେବୀ ସଂଗଠନ ଯାହା କରିପାରିବେ ତାହା କରିଛନ୍ତି। ଯେତେବେଳେ ଶ୍ରମିକମାନେ ନିଜ ଘରକୁ ଫେରୁଥିଲେ, ହଜାର ହଜାର ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ଖାଦ୍ୟ, ପାଣି, ରହିବା ଏବଂ ସେମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାରେ ପାଇଁ ସହଯୋଗ କରିଛନ୍ତି।

The post ‘ମୋଦି ସରକାର କରୋନାର ଦ୍ୱିତୀୟ ଲହରକୁ ଅଳ୍ପ ଦିନରେ ନିୟନ୍ତ୍ରଣ କରିଛନ୍ତି’ appeared first on Odisha Reporter.



from Odisha Reporter https://ift.tt/3uR5EqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages