ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା (ମାଣିକ ଲାଲ ପାଣି): ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଉଭୟ ଯୁବକ ଓ ଯୁବତୀ ନିକଟସ୍ଥ ଦରକୋଳି କଣ୍ଟାବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଯୁବକଙ୍କ ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଯୁବତୀଙ୍କ ବେକରେ ଓଢ଼ଣୀ ବନ୍ଧା ହୋଇଥିଲା। ସ୍ଥାନୀୟ ଲୋକେ ମୃତଦେହ ଦୁଇଟିକୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ସେମାନେ ପ୍ରେମୀ ଯୁଗଳ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଏହି ଯୁବକ ଯୁବତୀ ଦ୍ୱୟ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

The post ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/3pgHLrq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages