ଆବଶ୍ୟକ ସାମଗ୍ରୀ: କ୍ଷୀର, ନଡ଼ିଆ, ଅରୁଆ ଚାଉଳ, କାଜୁ, କିସ୍ମିସ୍, ନଡ଼ିଆ ଖଣ୍ଡ, ଗୁଜରାତି, ଗୋଲମରିଚ ଗୁଣ୍ଡ, ଲୁଣ, ଚିନି ଓ ଗୁଆ ଘିଅ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୂର୍ବରୁ ବତୁରାଇଥିବା ଅରୁଆ ଚାଉଳ ସହିତ ନଡ଼ିଆ ଖଣ୍ଡକୁ ମିଶାଇ ବାଟି ଦିଅନ୍ତୁ। କାଜୁ, କିସମିସକୁ ଫ୍ରାଏ କରି ରଖି ଦିଅନ୍ତୁ।
ଏବେ ଏକ ପ୍ୟାନରେ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟିବା ପରେ ସେଥିରେ ଚିନି ମିଶାନ୍ତୁ। ଚିନି ଭଲ ଭାବେ ମିଶିଗଲା ପରେ ଗ୍ୟାସ୍ ଫ୍ଲେମକୁ ମିଡିୟମ କରି ସେଥିରେ ଫ୍ରାଏ ହୋଇଥିବା କାଜୁ, କିସ୍ମିସ୍, ନଡ଼ିଆ ଖଣ୍ଡ, ଗୁଜରାତି, ଗୋଲମରିଚ ଗୁଣ୍ଡ, ଲୁଣ ଓ ଗୁଆ ଘିଅ ପକାନ୍ତୁ।
ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାଉଳ ଓ ନଡ଼ିଆ ବଟାକୁ ଏଥିରେ ପକାଇ ଘାଣ୍ଟନ୍ତୁ l ଗ୍ୟାସକୁ ସିମ୍ କରି ଜନ୍ତଣି ପ୍ରସ୍ତୁତ ହେବା ଯାଏ ଏହାକୁ ଘାଣ୍ଟନ୍ତୁ l ଜନ୍ତଣି ପ୍ରସ୍ତୁତ ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ l
ଏହାପରେ ଏକ ପାତ୍ର ଉପରେ କଦଳୀ ପତ୍ର ରଖି ତାହା ଉପରେ ଭଲ ଭାବେ ଗୁଆ ଘିଅ ମାରିଦିଅନ୍ତୁ l ଏହାଉପରେ ଜନ୍ତଣିକୁ ଢାଳି ତାହା ଉପରେ କାଜୁ, କିସମିସ ଓ ନଡ଼ିଆ ଖଣ୍ଡ ପକାଇ ଭଲ ଭାବେ ହାତରେ ଥାପି ଦିଅନ୍ତୁ l
ଏହାପରେ ତାହାକୁ ମାଇକ୍ରୋ ଓଭାନରେ ଘଣ୍ଟାଏ ପାଇଁ ରଖିଦିଅନ୍ତୁ l ଏହା ପରେ ପ୍ରସ୍ତୁତ ହୋଇଯିବ କ୍ଷୀର ନଡ଼ିଆ ପୋଡ଼ ପିଠା l ଏବେ ଏହାକୁ ଖଣ୍ଡ ଖଣ୍ଡ କରି ସମସ୍ତଙ୍କୁ ପରଷି ଦିଅନ୍ତୁ।
The post ରଜ ସ୍ପେଶାଲ୍, ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କ୍ଷୀର ନଡ଼ିଆ ପୋଡ଼ ପିଠା appeared first on Odisha Reporter.
from Odisha Reporter https://ift.tt/3vgOqDl
No comments:
Post a Comment