ବାପାର ନାରକୀୟ କାଣ୍ଡ: ଗୋଟିଏ ଝିଅ ମୃତ, ଆଉ ୩ ଝିଅ ଓ ପତ୍ନୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ବାପାର ନାରକୀୟ କାଣ୍ଡ: ଗୋଟିଏ ଝିଅ ମୃତ, ଆଉ ୩ ଝିଅ ଓ ପତ୍ନୀ ଗୁରୁତର

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବାପା ଘଟାଇଛି ନାରକୀୟ କାଣ୍ଡ। ଗୋଟିଏ ଝିଅକୁ ହାଣି ମାରି ଦେଇଥିବା ବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ।

ଅଭିଯୁକ୍ତର ନାଁ ସୁଖୁ ଓରାମ। ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ୨, ୫ ଓ ୧୨ ବର୍ଷର ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ଫାଣ୍ଡି ପୁଲିସ୍ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ।

ତେବେ ସୁଖୁ କାହିଁକି ଏମିତି ଏକ କାଣ୍ଡ ଘଟାଇଲା, ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ବାପାର ନାରକୀୟ କାଣ୍ଡ: ଗୋଟିଏ ଝିଅ ମୃତ, ଆଉ ୩ ଝିଅ ଓ ପତ୍ନୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3vbYDRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages