ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଅଗଷ୍ଟ ୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ଆରମ୍ଭରୁ ବେଆଇନ କହି କଂଗ୍ରେସ ସ୍ୱର ଶାଣିତ କରିଛି। ପାକିସ୍ତାନ ମଧ୍ୟ ସମାନ ଦାବି କରୁଛି। ଏହାରି ଭିତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ କ୍ଲବ ହାଉସ ଆପର ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ଦିଗବିଜୟ ସିଂହ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ। ଧାରା ୩୭୦ ଉଚ୍ଛେଦ ବେଳେ କଶ୍ମୀରରେ ଗଣତନ୍ତ୍ର ନଥିଲା ବୋଲି ଦିଗବିଜୟ କହିଛନ୍ତି। ଏହାକୁ ନେଇ ବିଜେପି ମଧ୍ୟ ବାଣ ମାରିଛି। ବିରୋଧୀ ମୋଦିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧରେ କାମ କରିବା ଗ୍ରହଣୀୟ ନୁହେଁ। ତୁଷ୍ଟିକରଣ ରାଜନୀତି କରିବାକୁ ଯାଇ କଂଗ୍ରେସ ପାକିସ୍ତାନର ସହଯୋଗ ନେଉଛି ବୋଲି ବିଜେପି କହିଛି।
ଦିଗବିଜୟଙ୍କ ଏହି କ୍ଲବ ହାଉସ ଆପର ଅଡିଓ ମେ ୧୨ର ବୋଲି ଜଣାପଡ଼ିଛି। ଦିଗବିଜୟ କ୍ଲବ ହାଉସ ଆପରେ ଜଣେ ପାକିସ୍ତାନ ସାମ୍ୱାଦିକ ଶାହଜେବଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। କ୍ଲବ ହାଉସ ଆପର ଅଡିଓ କ୍ସିପରେ ଦିଗବିଜୟ ସିଂ ଧାରା ୩୭୦କୁ ପୁନଃ ଲାଗୁ କରାଯିବ ବୋଲି ସେ ପରୋକ୍ଷରେ କହିଛନ୍ତି। ତେବେ ଅଡିଓର ସତ୍ୟତାକୁ ନେଇ ସୁନିଶ୍ଚିତ ହୋଇନାହିଁ।
@digvijaya_28 telling Pakistani that Congress would reconsider decision of revoking Article 370 once they are in power. #Part2 #ClubHouse pic.twitter.com/7VMT7vL0up
— ClubHouse Leaks (created today) (@LeaksClubhouse) June 11, 2021
ଦିଗବିଜୟ ସିଂହ କହିଛନ୍ତି ଯେ ଯେତେବେଳେ ମୋଦି ସରକାର କଶ୍ମୀରରୁ ଧାରା ୩୭୦ ହଟାଇବା ବେଳେ ସେଠାରେ ଗଣତନ୍ତ୍ର ନଥିଲା। ସେଠାରେ କୌଣସି ମାନବିକତା ନଥିଲା କାରଣ ଅନେକ ନେତାଙ୍କୁ ସେତେବେଳେ ଜେଲରେ ରଖା ଯାଇଥିଲା। କଶ୍ମୀରରେ ସରକାରୀ ଚାକିରିରେ କଶ୍ମୀରୀ ପଣ୍ଡିତଙ୍କୁ ମଧ୍ୟ ସଂରକ୍ଷଣ ଦିଆଯାଉଛି। ଏଭଳି ପରିସ୍ଥିତିରେ ଧାରା ୩୭୦କୁ ହଟାଇବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ ଏବଂ ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ ୩୭୦ ବାବଦରେ ନିଷ୍ପତ୍ତି ପୁନର୍ବିଚାର କରିବ।
ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ଦଳର ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି, ଦିଗବିଜୟ ଜଣେ ବଡ଼ ନେତା। କଂଗ୍ରେସର ପି ଚିଦାମ୍ୱରମ, ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୈଧିୁରୀ ମଧ୍ୟ ସମାନ କଥା ପୂର୍ବରୁ କହି ସାରିଛନ୍ତି। ତେଣୁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏ ବାବଦରେ ସ୍ପଷ୍ଟ ମତ ରଖିବା ଦରକାର। ଜଣେ ପାକିସ୍ତାନ ସାମ୍ୱାଦିକ ପ୍ରଶ୍ନର ଉତ୍ତର ଦେଇ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମତ ରଖିବା ଦରକାର ନଥିଲା। କଂଗ୍ରେସ ସରକାର ମୁମ୍ୱାଇରେ ୨୬/୧୧ ଆକ୍ରମଣ ଘଟଣାରେ ପାକିସ୍ତାନକୁ କ୍ଲିନଚିଟ୍ ଦେଇଥିଲା। ବିରୋଧୀ ମୋଦିକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧରେ କାମ କରିବା ଗ୍ରହଣୀୟ ନୁହେଁ। ତୁଷ୍ଟିକରଣ ରାଜନୀତି କରିବାକୁ ଯାଇ କଂଗ୍ରେସ ପାକିସ୍ତାନର ସହଯୋଗ ନେଉଛି ବୋଲି ସମ୍ୱିତ କହିଛନ୍ତି।
The post ଧାରା ୩୭୦ ପ୍ରସଙ୍ଗରେ ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟ, ପାକିସ୍ତାନ ଖୁସ୍ appeared first on Odisha Reporter.
from Odisha Reporter https://ift.tt/2TrJH4g
No comments:
Post a Comment