ଭୁବନେଶ୍ୱର (ଓଡିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ଆସନ୍ତା କାଲିଠୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍ରେ ହେବ ଟିକାକରଣ l ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଉଥିବା ବେଳେ କାଲିଠୁ ଏହା ଡବଲ୍ ହେବ। ଅର୍ଥାତ୍ ଏଣିକି ପ୍ରତିଦିନ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଉଭୟ କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା ଲୋକଙ୍କୁ ଦିଆଯିବ।
ଟିକାକରଣ ପାଇଁ ପ୍ରତି ବ୍ଲକ ଓ ଏନ୍ଏସିରେ ୫ ଟି ଲେଖାଏଁ ସେସନ୍ କରାଯିବ l ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ୍ କରାଯିବ l ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓମାନଙ୍କୁ ଚିଠି କରାଯାଇଛି।
ସୁବିଧା ଅନୁସାରେ ଟିକାକରଣ ପାଇଁ ଅନ୍ଲାଇନ୍ ବା ଅଫ୍ଲାଇନ୍ରେ ପଞ୍ଜିକରଣ କରିବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ସେହିପରି ଟିକାର ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକେ ଯେପରି ଠିକ୍ ସମୟରେ ଟିକା ନେଇପାରିବେ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।
ଚିଠିରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ଗତ ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ୯୩.୭୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୭.୯୭ ଲକ୍ଷ ଡବଲ ଡୋଜ୍ ଟିକା ନେଇ ସାରିଛନ୍ତି।
୧୮ ବର୍ଷ ତଥା ତା’ଠୁ ଅଧିକ ବୟସର ୩.୦୯ କୋଟି ରାଜ୍ୟବାସୀଙ୍କୁ ୬.୧୮ ଡୋଜ୍ କୋଟି ଟିକା ଦେବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏବେ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷରୁ କମ୍ ଟିକା ଦିଆଯାଉଛି। ଆସନ୍ତାକାଲି ଠାରୁ ୩ ଲକ୍ଷ ଟାର୍ଗେଟ୍ ପୂରଣ କରିବାକୁ ଯୋଜନାବଦ୍ଧ ଭାବେ ଟିକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post କାଲିଠୁ କ୍ୟାମ୍ପେନ୍ ମୋଡ୍ରେ ରାଜ୍ୟରେ ଟିକାକରଣ, ଦିନକୁ ୩ ଲକ୍ଷ ଟାର୍ଗେଟ୍ appeared first on Odisha Reporter.
from Odisha Reporter https://ift.tt/3gLGXXD
No comments:
Post a Comment