UG/PG ପରୀକ୍ଷା ନେଇ କୁଳପତିମାନଙ୍କ ବୈଠକରେ କ’ଣ ହେଲା ନିଷ୍ପତ୍ତି? ମନ୍ତ୍ରୀ ଦେଲେ ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

UG/PG ପରୀକ୍ଷା ନେଇ କୁଳପତିମାନଙ୍କ ବୈଠକରେ କ’ଣ ହେଲା ନିଷ୍ପତ୍ତି? ମନ୍ତ୍ରୀ ଦେଲେ ଉତ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ UG/PG ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଆଜି କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ଆଜି କୁଳପତିମାନଙ୍କ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଛି, ସେଥିରେ ଗୋଟିଏ କଥା ଅଛି ଯେ ପରୀକ୍ଷା ପ୍ରାୟତଃ ହେବ। ପରୀକ୍ଷା ହେବା ଉଚିତ୍‌। ତେଣୁ ଛାତ୍ରଛାତ୍ରୀମାନଙ୍କୁ ମୋର ଅନୁରୋଧ ସେମାନେ ପାଠପଢ଼ା ଜାରି ରଖନ୍ତୁ।

ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ଏବେ ଅନ୍‌ଲାଇନ୍‌ରେ କ୍ଲାସ୍ ଚାଲିଛି। ଜୁନ୍ ସୁଦ୍ଧା ଅନେକ ସ୍ଥାନରେ କୋର୍ସ ପ୍ରାୟତଃ ଶେଷ ହୋଇଯିବ। ତେବେ କୁଳପତିମାନେ କିଛି ଦିନ ସମୟ ମାଗିଛନ୍ତି। ଏହା ଭିତରେ ସେମାନେ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କ ସହିତ ଆଲୋଚନା କରିବେ। ତା’ସହିତ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କିଛି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବେ। ଏହା ପରେ ଜୁନ୍ ୧୮ ତାରିଖରେ ପୁଣି ବୈଠକ ହେବ ଓ ଏଥିରେ ପରୀକ୍ଷା ନେଇ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ପରୀକ୍ଷା ହେବା ଉଚିତ୍‌ ବୋଲି କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ କେଉଁ ଉପାୟରେ ତାହା ହେବ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, କେତେ ଜଣ କୁଳପତି ଅଫ୍‌ଲାଇନ୍‌ ସପକ୍ଷରେ ମତ ଦେଇଥିବା ବେଳେ ଆଉ କେତେ ଜଣ ଅନ୍‌ଲାଇନ୍ ପରୀକ୍ଷା କରାଇବାକୁ କହିଛନ୍ତି। ସେହିଭଳି ଗତବର୍ଷ କିଭଳି ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ସେ ନେଇ ବି ବୈଠକରେ ଆଲୋଚନା ହୋଇଥିଲା।

The post UG/PG ପରୀକ୍ଷା ନେଇ କୁଳପତିମାନଙ୍କ ବୈଠକରେ କ’ଣ ହେଲା ନିଷ୍ପତ୍ତି? ମନ୍ତ୍ରୀ ଦେଲେ ଉତ୍ତର appeared first on Odisha Reporter.



from Odisha Reporter https://ift.tt/3vlZ9MB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages