କରୋନା ସଂକ୍ରମିତ ଶ୍ୱଶୁରକୁ ପିଠିରେ ବୋହି ହସ୍‌ପିଟାଲ୍‌ ନେଲେ ବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

କରୋନା ସଂକ୍ରମିତ ଶ୍ୱଶୁରକୁ ପିଠିରେ ବୋହି ହସ୍‌ପିଟାଲ୍‌ ନେଲେ ବୋହୂ

ଗୌହାଟି: କରୋନା ସଂକ୍ରମଣ ବେଳେ ଯେତେବେଳେ ଅନେକ ଲୋକ ମାନବିକତା ଭୁଲି ଯାଉଛନ୍ତି ସେତେବେଳେ ଜଣେ ବାହାଦୂର ମହିଳାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

ଆସାମର ଭାଟିଗାଁର  ନିହାରିକା ଦାସ କରୋନା ସଂକ୍ରମିତ ଶ୍ୱଶୁରଙ୍କୁ ପିଠିରେ ଉଠାଇ ହସ୍ପିଟାଲରେ ପହଞ୍ଚାଇଛନ୍ତି। ଏହି ଘଟଣା ଜୁନ୍ ୨ର। ଭାଟିଗାଁର ଥୁଲେଶ୍ୱର ଦାସ (୭୫) କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ କ’ଣ କରିବେ ଚିନ୍ତା କରିପାରିନଥିଲେ ବୋହୂ ନିହାରିକା। କୌଣସି ସହାୟତା ନମିଳିବାରୁ ସେ ଆଉ କାହାକୁ ଅପେକ୍ଷା ନକରି ପିଠିରେ ଶ୍ୱଶୁରଙ୍କୁ ଉଠାଇଥିଲେ ଓ ହସ୍ପିଟାଲକୁ ବୋହି ନେଇଥିଲେ।

ନିହାରିକା କହିଛନ୍ତି ଯେ ତାଙ୍କର ୬ ବର୍ଷର ଏକ ଛୋଟ ଛୁଆ ରହିଛି। ଘରକୁ ଯିବା ପାଇଁ ରାସ୍ତା ନାହିଁ। ତେଣୁ ଅଟୋ ଘର ପାଖକୁ ଯାଇପାରିବନି। ତାଙ୍କ ଶ୍ୱଶୁର ବହୁତ ଦୁର୍ବଳ ଥିଲେ। ସେ ଛିଡ଼ା ହୋଇପାରୁନଥିଲେ। ତାଙ୍କ ସ୍ୱାମୀ ସିଲିଗୁରିରେ କାମ କରୁଛନ୍ତି। ତେଣୁ ଶ୍ୱଶୁରଙ୍କୁ ସେ ନିଜେ ହସ୍ପିଟାଲକୁ ନେଇ ଆସିଥିଲେ ବୋଲି କହିଛନ୍ତି। ପ୍ରଥମେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେ ତାଙ୍କ ଶ୍ୱଶୁରଙ୍କୁ ନେଇ ଯାଇଥିଲେ। ପରେ ୨୧ କିଲୋମିଟର ଦୂରରେ ଥିବା କୋଭିଡ୍ ହସ୍ପିଟାଲକୁ ନେବା ପାଇଁ ସେଠିକାର ଡାକ୍ତର ପରାମର୍ଶ ଦେଇଥିଲେ।

ନିହାରିକା ଯେତେବେଳେ ହସ୍ପିଟାଲକୁ ତାଙ୍କୁ ଶ୍ୱଶୁରକୁ ନେଉଥିଲେ ସେତେବେଳେ କିଛି ଲୋକ ଫଟୋ ଉଠାଇବାରେ ଏବଂ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ। କିନ୍ତୁ କେହି ସହଯୋଗର ହାତ ବଢ଼ାଇ ନଥିଲେ। ତେଣୁ ସୋଶାଲ ମିଡିଆରେ ଏହାକୁ ନେଇ ଦୁଇ ପ୍ରକାର ମତ ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ନିହାରିକାଙ୍କ କାମକୁ ପ୍ରଶଂସା କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଯେଉଁମାନେ ଫଟୋ ଉଠାଉଥିଲେ ସେମାନଙ୍କୁ ସମାଲୋଚନା କରିଛନ୍ତି। ସେମାନେ ଫଟୋ ନଉଠାଇ ପ୍ରଥମେ ନିହାରିକାଙ୍କୁ ସାହାଯ୍ୟ କରିବାର ଥିଲା ବୋଲି ଏହି ଗୋଷ୍ଠୀ ମତ ଦେଇଛି।

The post କରୋନା ସଂକ୍ରମିତ ଶ୍ୱଶୁରକୁ ପିଠିରେ ବୋହି ହସ୍‌ପିଟାଲ୍‌ ନେଲେ ବୋହୂ appeared first on Odisha Reporter.



from Odisha Reporter https://ift.tt/3vhxcG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages