ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଆରମ୍ଭ ହେଲା ନିକ୍ଲୋସାମାଇଡ୍ (Nicolsamide) ଔଷଧର କ୍ଲିନିକାଲ ଟ୍ରାଏଲ। ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ୍ ସାଇନ୍ସ ଏହି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି। ଏହି ଔଷଧର ପ୍ରଭାବ, ନିରାପତ୍ତା ଏବଂ ସହନଶୀଳତାକୁ ଆକଳନ କରିବା ପାଇଁ ଏହି ପରୀକ୍ଷା କରାଯାଉଛି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ ବୈଷୟିକ ବିଭାଗ ଏହି ସୂଚନା ଦେଇଛି। ପୂର୍ବରୁ ଏହି ନିକ୍ଲୋସାମାଇଡକୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଉଥିଲା।
ନିକ୍ଲୋସାମାଇଡ ଔଷଧକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି। ଗତ ପଚାଶ ବର୍ଷ ଧରି ଏହି ନିକ୍ଲୋସାମାଇଡକୁ କୃର୍ମି ହେଲେ ବ୍ୟବହାର କରାଯାଉଛି। ୨୦୦୩-୦୪ରେ ଯେତେବେଳେ SAARC (କୋଭିଡର ନୋମେନକ୍ସେଚର ନାଁ) ପ୍ରଥମେ ଦେଖା ଦେଇଥିଲା। ସେତେବେଳେ ଏହି ଔଷଧକୁ ବ୍ୟବହାର କରାଯାଇଥିଲା। କେନ୍ଦ୍ର ସରକାର ନିକ୍ଲୋସାମାଇଡର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ ଦେଇ ସାରିଛନ୍ତି। କିନ୍ତୁ ଏହା କେବଳ ବୟସ୍କ ରୋଗୀଙ୍କ ଉପରେ ବ୍ୟବହୃତ ହେଉଛି।
Niclosamide has been extensively used in past for treatment of tapeworm infection in adults & children. Its safety profile has been tested over time & has been found safe for human consumption at different dose levels: Ministry of Science & Technology
— ANI (@ANI) June 6, 2021
ସୂଚନାଯୋଗ୍ୟ, ଏହା ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) କରୋନାର ଚିକିତ୍ସା ପାଇଁ 2-deoxy-D-glucose (2-DG)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଡିଆରଡିଓ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ଏହି ଔଷଧ ତିଆରି କରିଛନ୍ତି। କ୍ଲିନିକାଲ୍ ଟ୍ରାଏଲ ବେଳେ ଜଣାପଡ଼ି ଯେ 2-DGର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି। ତେଣୁ ଏହା କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ୨୦୨୦ ଏପ୍ରିଲ ମାସରୁ ବୈଜ୍ଞାନିକମାନେ ଏହି ଔଷଧ ଉପରେ ପରୀକ୍ଷା ନୀରିକ୍ଷା କରୁଥିଲେ। ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ 2-deoxy-D-glucose (2-DG) କରୋନାକୁ ରୋକିବାରେ ସହଯୋଗ କରୁଛି। ଏହି ତଥ୍ୟ ମିଳିବା ପରେ ୨୦୨୦ ମେ’ ମାସରେ ଡିସିଜିଆଇ ଏହାର ଫେଜ୍-୨ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା।
The post କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ନିକ୍ଲୋସାମାଇଡର ପରୀକ୍ଷା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3fVzLJ8
No comments:
Post a Comment