ବିଶାଖାପଟନମ: ନକ୍ସଲ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଆଜି ବିଶାଖାପଟନମର କୋୟୁରୁରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ଅତିକମରେ ୬ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ନିହତ ମାଓବାଦୀଙ୍କ ନିକଟରୁ ବର୍ତ୍ତମାନ ସୁଦ୍ଧା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ବି କମ୍ବିଂ ଚାଲିଥିବାରୁ ଆହୁରି ନକ୍ସଲଙ୍କ ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି।
ବିଶାଖାପଟନମର ଏସ୍ପି ବି କ୍ରିଷ୍ଣା ରାଓ କହିଛନ୍ତି, ବିଶାଖାପଟନମର ଆଭ୍ୟନ୍ତୀରଣ ଅଞ୍ଚଳ କୋୟୁରୁ ମଣ୍ଡଳ ଅନ୍ତର୍ଗତ ଥୀଗାଲାମେଟ୍ଟା ଗାଁ ନିକଟରେ ଏହି ଏନକାଉଣ୍ଟର ଘଟିଛି। ଏଠାରେ ନକ୍ସଲମାନେ ଥିବା ସୂଚନା ମିଳିବା ପରେ ସ୍ୱତନ୍ତ୍ର ମାଓବାଦୀ ନିରୋଧ ଫୋର୍ସ, ଗ୍ରେହାଉଣ୍ଡସ ଓ ସ୍ୱତନ୍ତ୍ର କମାଣ୍ଡୋଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।
ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଆଜି ଭୋର ସମୟରୁ ହିଁ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲ ପ୍ରାଣ ହରାଇଥିବା ଖବର ମିଳିଛି। ସେହିପରି ଉକ୍ତ ସ୍ଥାନରୁ ଗୋଟିଏ ଏକେ ୪୭, ଏସଏଲ୍ଆର, ୩ଟି ଥ୍ରୀ ନଟ ଥ୍ରୀ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏବେ ବି କମ୍ବିଂ ଜାରି ରହିଛି। ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି। କମ୍ବିଂ ଶେଷ ହେବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
The post ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ସଫା appeared first on Odisha Reporter.
from Odisha Reporter https://ift.tt/3wqTMgC
No comments:
Post a Comment