ଛୁରୀ ଭୁସି ହତ୍ୟା କଲା କଦଳୀ ଚୋର, କହିଲା- ମୋର ତ ଗୋଟେ ଇଜ୍ଜତ ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଛୁରୀ ଭୁସି ହତ୍ୟା କଲା କଦଳୀ ଚୋର, କହିଲା- ମୋର ତ ଗୋଟେ ଇଜ୍ଜତ ଅଛି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କଦଳୀ ଚୋରର ଛୁରା ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କାଦୁଆ ଗାଁରେ।

ମୃତ ଯୁବକଙ୍କ ନାଁ ରମେଶ ମଲ୍ଲିକ। ତାଙ୍କ ଭାଇ ବାବୁଲା ମଲ୍ଲିକ ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତର ନାଁ କାଠିଆ ସ୍ୱାଇଁ।

ଗତକାଲି ବିଳମ୍ବିତ ରାତିରେ କାଦୁଆ ଗାଁର ପଞ୍ଚାନନ ମଲ୍ଲିକଙ୍କ ଦାଣ୍ଡରେ ଥିବା କଦଳୀ ଗଛରୁ କାଠିଆ କଦଳୀ ଚୋରି କରୁଥିଲା। ଏହି ସମୟରେ ପଞ୍ଚାନନଙ୍କ ଦୁଇ ପୁଅ ରମେଶ ଓ ବାବୁଲା ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ କାଠିଆ ଖସି ପଳାଇଥିଲା। କିନ୍ତୁ ରମେଶ ଓ ବାବୁଲା ଛାଡ଼ି ନଥିଲେ। ସେମାନେ ବାଇକ୍‌ରେ ତାକୁ ପିଛା କରିଥିଲେ।

ବେଣାଗାଡ଼ିଆ ଗାଁରେ ସେମାନେ କାଠିଆକୁ କାବୁ କରିବାରେ ସଫଳ ହୋଇଥିଲେ। ତେବେ ସେହି ସମୟରେ ସେ କଦଳୀ କାନ୍ଧି କାଟିବାରେ ବ୍ୟବହାର କରିଥିବା ଛୁରୀରେ ରମେଶଙ୍କୁ ଭୁସି ଦେଇଥିଲା। ରମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାବୁଲାଙ୍କୁ ମଧ୍ୟ କାଠିଆ ଆକ୍ରମଣ କରିଥିଲା।

ପଞ୍ଚାନନଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ପୁଲିସ୍ କାଠିଆ ସ୍ୱାଇଁକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। କାଠିଆ ପୂର୍ବରୁ ବାଇକ୍ ଆଦି ଚୋରି କରିଥିବା ପୁଲିସ୍ କହିଛି।

ଘଟଣା ସଂପର୍କରେ ପଚାରିବାରୁ କାଠିଆ କହିଛି, ମୁଁ କଦଳୀ ଚାରିଟା ଧରିକି ଆସୁଥିଲି। କଦଳୀ ଗୁଡ଼ାକ ସେମାନଙ୍କର କହି ସେମାନେ (ରମେଶ ଓ ବାବୁଲା) ମୋତେ ପିଟିଲେ। ମୋର ତ ପୁଣି ଇଜ୍ଜତ ଅଛି। ବିନା କାରଣରେ ମୋତେ ଚୋର କହି ବାଡ଼େଇ ଦେଲେ। ମୁଁ ପୁଣି ନିଜ ଜୀବନ ବଞ୍ଚାଇବି ନା ନାହିଁ।

The post ଛୁରୀ ଭୁସି ହତ୍ୟା କଲା କଦଳୀ ଚୋର, କହିଲା- ମୋର ତ ଗୋଟେ ଇଜ୍ଜତ ଅଛି appeared first on Odisha Reporter.



from Odisha Reporter https://ift.tt/3zzb0KW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages