ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟକୁ ଅନ୍ଲକ୍ ଘୋଷଣା କରିବା ବଦଳରେ ସରକାର ଲକ୍ଡାଉନ୍ କଟକଣାକୁ ଆଂଶିକ କୋହଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଏହି ସୂଚନା ଅନୁଯାୟୀ, ସଂକ୍ରମଣ କମିଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣାକୁ କୋହଳ କରାଯାଇଛି। ସେହିପରି ବାକି ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେବେ ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାକୁ ଥିବା ବେଳେ, ସେଥିରେ ଏସବୁ ନେଇ ସ୍ପଷ୍ଟ ହୋଇଯିବ।
ସଂକ୍ରମଣ ହାର ୫% ତଳେ ଥିବାରୁ ୧୭ଟି ଜିଲ୍ଲାରେ କୋହଳ ସମୟ ଅଧିକ ରଖାଯାଇଛି। ସେହିପରି ଏହି ସମୟ ମଧ୍ୟରେ ମିଠା ଦୋକାନ ବି ଖୋଲିବ ବୋଲି ଜଣାପଡ଼ିଛି।
୩୦ଟି ଜିଲ୍ଲାକୁ ସରକାର ଦୁଇଟି ବର୍ଗରେ ଭାଗ କରିଛନ୍ତି। ଅଧିକ ସମୟ କଟକଣା କୋହଳ କରାଯାଇଥିବା ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଥିବା ବେଳେ ବାକି ୧୩ଟିକୁ ‘ବି’ ବର୍ଗରେ ରଖାଯାଇଛି।
The post ଅନ୍ଲକ୍ ନୁହେଁ, ଆହୁରି କୋହଳ ହେଲା ଲକ୍ଡାଉନ୍ କଟକଣା! appeared first on Odisha Reporter.
from Odisha Reporter https://ift.tt/35oQNJA
No comments:
Post a Comment