ପଡ଼ିଆ ଭିତରେ ଡ୍ୟାନ୍ସ କଲେ ବିରାଟ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ପଡ଼ିଆ ଭିତରେ ଡ୍ୟାନ୍ସ କଲେ ବିରାଟ, ଦେଖନ୍ତୁ ଭିଡିଓ

ସାଉଥାମ୍ପଟନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟଶିପ ଫାଇନାଲରେ ଭାରତୀୟ ଦଳ ସାମାନ୍ୟ ବ୍ୟାକଫୁଟରେ ରହିଛି। ଦଳର ମାତ୍ର ୨୧୭ ରନ୍‌ରେ ଅଲଆଉଟ ହୋଇଯିବା ପରେ ନ୍ୟୁଜିଲ୍ୟାଣ୍ତ ତା’ର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୨ଟି ୱିକେଟ ହରାଇ ୧୦୧ ରନ କରି ନେଇଛି। ଏବେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଟିମ୍‌ର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୧୧୬ ରନ୍‌ ପଛରେ ରହିଛି।

ତେବେ ତୃତୀୟ ଦିନର ଖେଳ ବେଳେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ସମସ୍ତଙ୍କୁ ଆନନ୍ଦିତ କରିଛି। ଏଥିରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆ ଭିତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସେ ବେଶ ଚମତ୍କାର ଢଙ୍ଗରେ ଭାଙ୍ଗରା କରୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବେଳେ ଏପରି ଘଟଣା ଘଟିଥିଲା। ନ୍ୟୁଜିଲ୍ୟାଣ୍ଡ ଇନିଂସର ୯ମ ଓଭରରେ ବିରାଟ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଢୋଲ ବଜାଇବା ଆରମ୍ଭ କରିଥିଲେ। ଏହା ଶୁଣି ବିରାଟ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ।

ସେ ସେହି ସ୍ଲିପ ଅଞ୍ଚଳରେ ହିଁ ଢୋଲର ତାଳେତାଳେ ଭାଙ୍ଗରା କରିବା ଆରମ୍ଭ କରିଥିଲେ। ଏହାକୁ ଦେଖି ଫ୍ୟାନମାନେ ବେଶ ଉତ୍ସାହିତ ହେବା ସହ ବିରାଟଙ୍କ ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି।

The post ପଡ଼ିଆ ଭିତରେ ଡ୍ୟାନ୍ସ କଲେ ବିରାଟ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3zJHQbI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages