୩ ମାସ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୧୪୨୨ଙ୍କ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

୩ ମାସ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୧୪୨୨ଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଏହା ଏଯାଏ ହଜାରେ ତଳକୁ ଖସୁନି। ପୁଣିଥରେ କିଲର କରୋନା ପଞ୍ଝାରେ ପଡ଼ି ଆଉ ୧୪୨୨ ଜଣଙ୍କ ଜୀବନ ଯାଇଛି। ଗତକାଲି ଏହା ୧୫ ଶହ ଉପରେ ରହିଥିଲା।

୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ୮୮ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ପୂର୍ବ ଭଳି ୯୬% ଉପରେ ଥିବା ବେଳେ ମୃତ୍ୟୁହାର ୧.୨୯% ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୩, ୨୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ୫୮,୪୧୯ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଏହାର ଅର୍ଥ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ବିଗତ ୮୮ ଦିନ ମଧ୍ୟରେ ଏହା ସବୁଠାରୁ କମ ଦୈନିକ ସଂକ୍ରମଣ।

ଦିନକରେ ୧୩,୮୮,୬୯୯ଟି ନମୁନା ପରୀକ୍ଷା କରାଯାଇଛି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି।

ସେହିପରି ଗୋଟିଏ ଦିନରେ କରୋନା ଆଉ ୧୪୨୨ ଜଣଙ୍କ ମୁଣ୍ଡ ନେଇଛି। ଗତକାଲି ଏହା ୧୫୭୬ ଥିଲା। ନୂଆ ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୮,୧୩୫ ଛୁଇଁଛି। ଦେଶରେ କ୍ରମାଗତ ୩୯ ଦିନ ହେଲା ସଂକ୍ରମିତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି।

୨୪ ଘଣ୍ଟା ମଧ୍ୟରେ ଆଉ ୭୮,୧୯୦ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୪୪,୧୯୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୭,୦୨,୮୮୭ ରହିଛି। ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୨୬,୩୫୬ ହ୍ରାସ ଘଟିଛି।


କେରଳରେ ସର୍ବାଧିକ ୧୧,୬୪୭, ମହାରାଷ୍ଟ୍ରରେ ୯,୩୬୧, ତାମିଲନାଡୁରେ ୭,୮୧୭, ଆନ୍ଧ୍ରରେ ୫,୬୪୬ ଓ କର୍ଣ୍ଣାଟକାରେ ସର୍ବାଧିକ ୪,୫୧୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୬୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ୧୮୨ ମୃତ୍ୟୁସହ ତାମିଲନାଡୁ ରହିଛି।

ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରାଯାଇଛି। ୨୪ ଘଣ୍ଟା ୩୦,୩୯,୯୯୬ ଡୋଜ୍‌ର ଟିକାକରଣ ହୋଇଛି। ଏହାକୁ ମିଶାଇ ଜାନୁଆରୀ ୧୬ରୁ ଇତି ମଧ୍ୟରେ ମୋଟ ୨୮,୦୦,୩୬,୮୯୮ ଡୋଜ୍‌ ଟିକାକରଣ ହେଲାଣି।

The post ୩ ମାସ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୧୪୨୨ଙ୍କ ଜୀବନ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/2SGvqkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages