ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ ରଜନୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ ରଜନୀକାନ୍ତ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପିଛା ଛାଡ଼ୁନି ସ୍ୱାସ୍ଥ୍ୟ ଜନିତ ସମସ୍ୟା। ଶୁକ୍ରବାର ମଧ୍ୟରାତ୍ରରେ ସେ ଅଧିକ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ସେ କେଉଁ ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ, ତାହା ଜଣାପଡ଼ିନି। କିନ୍ତୁ ପରିବାର ବର୍ଗ ପକ୍ଷରୁ ସେ କେବଳ ସାଧାରଣ ଚେକଅପ ପାଇଁ ଏପରି ଗସ୍ତ କରିଥିବା କୁହାଯାଇଛି।

ଜୁନ୍‌ ୧୮ ତାରିଖ ମଧ୍ୟରାତ୍ରରେ ରଜନୀକାନ୍ତ ତାଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ଅଭିମୁଖେ ଗସ୍ତ କରିଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। କିଛି ବର୍ଷ ତଳେ ରଜନୀକାନ୍ତ କିଡ୍‌ନୀ ପ୍ରତିରୋପଣ କରିଥିଲେ। ସମ୍ଭବତଃ ଏହାର ଚେକଅପ ପାଇଁ ସେ ଚେନ୍ନାଇରୁ ଦୋହା ଦେଇ ଆମେରିକା ଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ, ବର୍ତ୍ତମାନ Annaatthe ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ରଜନୀକାନ୍ତ ପ୍ରଥମେ ଆମେରିକାରେ ଥିବା ତାଙ୍କ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଚେକଅପ ପାଇଁ ପତ୍ନୀଙ୍କ ସହ ସେଠାକୁ ଯାଇଛି। ଉଭୟ ସେଠାରେ ବେଶ କିଛି ସପ୍ତାହ ରହିବେ। ଆମେରିକାରେ ତାଙ୍କର ଏକାଧିକ ଟେଷ୍ଟ ହେବ ବୋଲି ମଧ୍ୟ କୁହାଯାଉଛି।


ମଧ୍ୟରାତ୍ର ସମୟରେ ରଜନୀ ଓ ଲତା ଗୋଟିଏ କାରରେ ଏୟାରପୋର୍ଟରେ ପହଞ୍ଚିଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜନୀ କଳା ରଙ୍ଗର ଟି-ଶର୍ଟ ଓ ଗ୍ରେ ରଙ୍ଗର ପ୍ୟାଣ୍ଟ ପିନ୍ଧି ଏୟାରପୋର୍ଟ ମଧ୍ୟରେ ଚାଲିଚାଲି ବିମାନ ଅଭିମୁଖେ ଯାଉଥିବା ଦୃଶ୍ୟ ଏହି ଭିଡିଓରେ ରହିଛି।

ଚେନ୍ନାଇରୁ ଦୋହା ଯାଏ ଉଭୟ ଚାର୍ଟାର୍ଡ ବିମାନରେ ଯାଇଛନ୍ତି। ସେଠାରୁ ଯାତ୍ରୀବାହୀ ବିମାନରେ ସେମାନେ ଆମେରିକା ଯିବେ। ସମ୍ଭବତଃ ଜୁଲାଇ ୮ରେ ରଜନୀକାନ୍ତ ଓ ପତ୍ନୀ ଲତା ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି।

The post ଚିକିତ୍ସା ପାଇଁ ହଠାତ୍‌ ଆମେରିକା ଗଲେ ରଜନୀକାନ୍ତ appeared first on Odisha Reporter.



from Odisha Reporter https://ift.tt/3q9xPQK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages