୩ ଦଶନ୍ଧି ପରେ ଛୋଟ ପରଦାକୁ ଫେରୁଛନ୍ତି ସୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

୩ ଦଶନ୍ଧି ପରେ ଛୋଟ ପରଦାକୁ ଫେରୁଛନ୍ତି ସୀତା

ମୁମ୍ବାଇ: ୩୦ରୁ ଅଧିକ ବର୍ଷ ତଳେ ସାଗର ପ୍ରଡକ୍ସନ ହାଉସର ପୌରାଣିକ ଧାରାବାହିକ ‘ରାମାୟଣ’ରେ ସୀତା ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିବା ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି।

ଗତ ବର୍ଷ ଲକ୍‌ଡାଉନ୍‌ ବେଳେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଇଥିଲା। ୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଏହି ଧାରାବାହିକର କ୍ରେଜ୍‌ କମି ନାହିଁ ବୋଲି ଗତ ବର୍ଷ ଏହା ପୁଣି ପ୍ରମାଣିତ ହୋଇଥିଲା। ଦେଶର କୋଟି କୋଟି ଦର୍ଶକ ଏହାକୁ ଦେଖିଥିଲେ। ଆଉ ପୁଣି ଚର୍ଚ୍ଚାର ପରିସରକୁ ଆସିଥିଲେ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା କଳାକାର।

ଏମିତିକି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପୁଣି କ୍ୟାମେରା ସମ୍ମୁଖକୁ ଫେରନ୍ତୁ ବୋଲି ଡିମାଣ୍ଡ କରିଥିଲେ ଦର୍ଶକ।ଦର୍ଶକଙ୍କ ଭଲ ପାଇବାକୁ ଦେଖି ପୁଣି ଥରେ ସାଗର ପ୍ରଡକ୍ସନର ଏକ ପୌରାଣିକ ଧାରାବାହିକ ମାଧ୍ୟମରେ ଛୋଟ ପରଦାକୁ ଏଣ୍ଟ୍ରି ମାରିଛନ୍ତି ଦୀପିକା। ଏହାର ଖୁଲାସା ସେ ନିଜେ କରିଛନ୍ତି।

ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ମେକ୍‌ଅପ୍‌ ନେଇ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଥିବା ଫଟୋ ନିଜେ ଦୀପିକା ସୋଶାଲ ମିଡ଼ିଆରେ ଶେଆର କରିଛନ୍ତି। ଲାଲ ରଙ୍ଗର ଶାଢ଼ୀ ସହ ହେଭି ଜୁଏଲାରୀରେ ଦୀପିକା ଦେବୀ ମା’ ପରି ଦିଶୁଥିବା ବେଳେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଦୀପିକାଙ୍କ ଏହି ଫଟୋକୁ ଫ୍ୟାନ୍‌ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି l

 

The post ୩ ଦଶନ୍ଧି ପରେ ଛୋଟ ପରଦାକୁ ଫେରୁଛନ୍ତି ସୀତା appeared first on Odisha Reporter.



from Odisha Reporter https://ift.tt/3gJGh53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages