ୟୁଜି/ପିଜି ପରୀକ୍ଷା: ଶିକ୍ଷକଙ୍କ ମୁଣ୍ଡରେ ପିଲାଙ୍କ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ୟୁଜି/ପିଜି ପରୀକ୍ଷା: ଶିକ୍ଷକଙ୍କ ମୁଣ୍ଡରେ ପିଲାଙ୍କ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍‌ରେ ୟୁଜି/ପିଜି ଫାଇନାଲ୍‌ ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିବା ବେଳେ ପିଲାମାନେ କିପରି ପରୀକ୍ଷା ଦେଇପାରିବେ, ସେଥିପାଇଁ ଆଜି ଶିକ୍ଷକମାନଙ୍କୁ ‘ମେଣ୍ଟର’ ଦାୟିତ୍ୱ ଦିଆଯାଇଛି। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୟୁଜି/ପିଜି ପରୀକ୍ଷା ନେଇ ପୂର୍ବରୁ ସମସ୍ତ କୁଳପତିମାନଙ୍କ ସହିତ ଆଲୋଚନା ହୋଇଥିଲା। ସେହି ଆଲୋଚନା ପ୍ରକାରେ ପରୀକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ ଏହାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଆଜି ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଏଥିରେ ମେଣ୍ଟର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲାଙ୍କୁ ନେଇ ଏହି ମେଣ୍ଟର ବ୍ୟବସ୍ଥା କରିବାକୁ କୁହାଯାଇଛି। ଶିକ୍ଷକମାନେ ଏହି ମେଣ୍ଟର ଦାୟିତ୍ୱରେ ରହିବେ। ଏହାକୁ ଆଜିଠାରୁ ମଧ୍ୟ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କୌଣସି କଲେଜର ଅର୍ଥନୀତି ବିଭାଗରେ ୩୨ ଛାତ୍ରଛାତ୍ରୀ ଅଛନ୍ତି, ତା’ହେଲେ ପ୍ରତି ୮ ଜଣରେ ଜଣେ ଶିକ୍ଷକ ‘ମେଣ୍ଟର’ ଦାୟିତ୍ୱରେ ରହିବେ। ସେହି ପିଲାମାନେ କିଭଳି ପରୀକ୍ଷା ଦେଇପାରିବେ, ସେ କଥା ସେହି ଶିକ୍ଷକ ବୁଝିବେ।  ସେହିପରି ଯଦି କୌଣସି ପିଲା ଘରେ ପରୀକ୍ଷା ଦେବାର ସୁବିଧା ନ ଥିବ, ତା’ହେଲେ ସେ ନିକଟସ୍ଥ ଡିଗ୍ରୀ କଲେଜରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବ। ତାଙ୍କ ପରୀକ୍ଷା ଦାୟିତ୍ୱ ସମ୍ପୃକ୍ତ କଲେଜ ନେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

The post ୟୁଜି/ପିଜି ପରୀକ୍ଷା: ଶିକ୍ଷକଙ୍କ ମୁଣ୍ଡରେ ପିଲାଙ୍କ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/3h2MyJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages