କୋଭିଡ଼ କଟକଣାକୁ ଫୁ: ‍ବନ୍ଦ ହେଲା ଭୁବନେଶ୍ୱରର ଏହି ମାର୍କେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

କୋଭିଡ଼ କଟକଣାକୁ ଫୁ: ‍ବନ୍ଦ ହେଲା ଭୁବନେଶ୍ୱରର ଏହି ମାର୍କେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଭୁବନେଶ୍ୱର ୧ ନମ୍ବର ହାଟ । ଆଜିଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦିଆଯାଇଛି । ଉଭୟ ହୋଲସେଲ୍ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି ।  କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବନ୍ଦ କରାଯାଇଛି  ।

ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା ।  ଆଂଶିକ ଲକଡାଉନ ଯୋଗୁଁ ଏବେ ହାଟରେ କାରବାର ଦିନ ୧ଟା ଯାଏ ଚାଲୁଛି। ହେଲେ ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା । ପ୍ରବଳ ଜନ ଗହଳି ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

The post କୋଭିଡ଼ କଟକଣାକୁ ଫୁ: ‍ବନ୍ଦ ହେଲା ଭୁବନେଶ୍ୱରର ଏହି ମାର୍କେଟ appeared first on Odisha Reporter.



from Odisha Reporter https://ift.tt/3jcvsvl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages