କୋଭିଡ ନିୟମ ମାନିବାକୁ ଅପିଲ କରୁଛନ୍ତି ରାଜ୍ୟ ସରକାର, ଭାଙ୍ଗୁଛନ୍ତି ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

କୋଭିଡ ନିୟମ ମାନିବାକୁ ଅପିଲ କରୁଛନ୍ତି ରାଜ୍ୟ ସରକାର, ଭାଙ୍ଗୁଛନ୍ତି ମନ୍ତ୍ରୀ

ଆଠଗଡ଼(ନିଳକଣ୍ଠ ଦୋରା): କୋଭିଡ ନିୟମ ପାଳନ ନିମନ୍ତେ ରାଜ୍ୟ ସରକାର ସମସ୍ତଙ୍କୁ ଅନୁରୋଧ କରୁଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଜଣେ ଆଗ ଧାଡ଼ିର ନେତା ଏହାକୁ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି।  ଆଠଗଡ ବିଧାୟକ ତଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଏନେଇ ବିଜେପିର ଜିଲ୍ଲା ସଂପାଦକ ରାମନାରାୟଣ ମହାନ୍ତି  ଥାନାରେ ଏତଲା ଦେଇଛନ୍ତି।

କୋଭିଡ୍ ନିୟମାବଳୀ ଉଲ୍ଲଂଘନ କରି ଆଠଗଡ଼ ଏନ୍ଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇଥିଲେ । ଏଥିରେ ସେ ୧୬୩ ଜଣ ଉଠା ଦୋକାନୀଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୮ ଟି ଓ୍ଵାର୍ଡର ୨୮୧ ଜଣ  ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ବାସଗୃହ ପାଇଁ  କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।  ଏପରି ସମୟରେ ମନ୍ତ୍ରୀ ଅଧିକାଂଶ  ମନ୍ତ୍ରୀ ଓ ଏନ୍ଏସି ନିର୍ବାହୀ ଅଧିକାରୀ କୋଭିଡ୍ ନିୟମ ଭାଙ୍ଗି ଲୋକଙ୍କୁ ଏକାଠି କରିଥିବାରୁ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ସହ ଥାନାରେ ଏତଲା ଦେଇଛି ବିଜେପି ।

କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଧାରଣ ଲୋକ।

କୋଭିଡ ନିୟମକୁ ନମାନି ସାଧାରଣଲୋକଙ୍କୁ ଏକାଠି କରିଥିବାରୁ ତାଙ୍କ ବିରୁଦ୍ଧରେ ଆଠଗଡ ଥାନାରେ ଏତଲା ଦେବା ସହ ଆଠଗଡ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି , କଟକ ବିଜେପି ଜିଲ୍ଲା ସାଧାରଣ ସଂପାଦକ।

The post କୋଭିଡ ନିୟମ ମାନିବାକୁ ଅପିଲ କରୁଛନ୍ତି ରାଜ୍ୟ ସରକାର, ଭାଙ୍ଗୁଛନ୍ତି ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3jfNHzL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages